ଓଡିଶା

odisha

ETV Bharat / bharat

ଚନ୍ଦ୍ରବାବୁ ନାଇଡୁ ଗିରଫଦାରୀ, ରାଜରାସ୍ତାରେ ଶୋଇଲେ ପବନ କଲ୍ୟାଣ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ନେଇ ରାଜନୈତିକ ଘମାସନ ଜାରି ରହିଛି । ଗିରଫଦାରୀକୁ କଡ଼ା ବିରୋଧ କରିଛନ୍ତି ଜନ ସେନା ପାର୍ଟି ଅଧ୍ୟକ୍ଷ ପବନ କଲ୍ୟାଣ । ଏପରିକି ତାଙ୍କୁ ଭେଟିବାକୁ ପ୍ରୟାସ କରି ରାଜରାସ୍ତାରେ ଶୋଇଲେ ପବନ କଲ୍ୟାଣ । ପଢନ୍ତୁ ପୁରା ଖବର

By ETV Bharat Odisha Team

Published : Sep 10, 2023, 3:44 PM IST

jjsp-chief-pawan-kalyan-who-was-going-to-meet-chandra babu-was-stopped
jjsp-chief-pawan-kalyan-who-was-going-to-meet-chandrababu-was-stopped

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀକୁ ନେଇ ରାଜନୀତିକ ଘମାସନ ଜାରି ରହିଛି । ଗିରଫଦାରୀକୁ କଡା ବିରୋଧ କରିବା ସହ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନରେ ବାହାରିଛନ୍ତି ଜନ ସେନା ପାର୍ଟି ଅଧ୍ୟକ୍ଷ ପବନ କଲ୍ୟାଣ । ତାଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ଅନୁମତି ନ ମିଳିବାକୁ ନେଇ ଜୋରଦାର ବିରୋଧ କରିଛନ୍ତି ପବନ କଲ୍ୟାଣ ।

ସୂଚନାଅନୁଯାୟୀ, ଶନିବାର ଦିନ ବିଳମ୍ୱିତ ରାତିରେ ଆନ୍ଧ୍ରପ୍ରଦେଶ ଓ ତେଲାଙ୍ଗାନୀ ସୀମା ନିକଟବର୍ତ୍ତୀ ଏନଟିଆର୍‌ ଜିଲ୍ଲା ଦେଇ ବିଜୟଓ୍ୱାଡା ଯାଉଥିବା ବେଳେ ଏକ ଚେକ୍‌ ପୋଷ୍ଟ ନିକଟରେ ପବନ କଲ୍ୟାଣ ଓ ତାଙ୍କ ସହଯୋଗୀକୁ ଅଟକାଇଥିଲା ପୋଲିସ । ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା । କଣ ପାଇଁ ତାଙ୍କୁ ବିଜୟଓ୍ବାଡା ଯିବାକୁ ଅନୁମତି ମିଳୁନି ସେନେଇ ପ୍ରଶ୍ନ କରିଥିଲେ ପବନ କଲ୍ୟାଣ । ଘଟଣାସ୍ଥଳରେ ରାସ୍ତାରୋକ କରିବା ସହ ରାସ୍ତା ମଝିରେ ଶୋଇରହିଥିଲେ ପବନ କଲ୍ୟାଣ । ହେଲେ ତାଙ୍କୁ ବିଜୟଓ୍ବାଡା ଯିବାପାଇଁ ଅନୁମତି ମିଳିନଥିଲା ।

ଜେଏସପି ନେତା ମନୋହର ନାନ୍ଦେଡଲା ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଆନ୍ଧ୍ରପ୍ରଦେଶକୁ ପ୍ରବେଶ କରିବା ପାଇଁ ଭିସା ପାର୍ସପୋର୍ଟର ଆବଶ୍ୟକତା ଅଛି ବୋଲି ପୋଲିସ ଅଧିକାରୀଙ୍କୁ ପବନ କଲ୍ୟାଣ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବି ବିମାନ ଯୋଗେ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ଅନୁମତି ମିଳିନଥିଲା ।

ସୂଚନାଯୋଗ୍ୟ, ତେଲୁଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଗିରଫଦାରୀକୁ ନେଇ ରାଜନୀତି ସରଗରମ ରହିଛି । ଚନ୍ଦ୍ରବାବୁ ନାଇଡ଼ୁଙ୍କ ଗିରଫଦାରୀକୁ ଦୃଢ଼ ନିନ୍ଦା କରିବା ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ କଡ଼ା ସମାଲୋଚନା କରିଛନ୍ତି ପବନ କଲ୍ୟାଣ ।

ଏହାମଧ୍ୟ ପଢନ୍ତୁ..କୋର୍ଟରେ ହାଜର ହେଲେ TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ

ଏକ ପ୍ରେମମିଟରେ ପବନ କଲ୍ୟାଣ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରି କହିଛନ୍ତି, "ଯେଉଁଭଳି ଭାବରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି ତାହା ଦୁଃଖଦ ଘଟଣା । ଏହା ଲୋକତନ୍ତ୍ର ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ । ଏହି ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ । ଶାସକ ଦଳର ଆଦେଶରେ ଏହି ଗିରଫଦାରୀ ହୋଇଛି ।" ଏଭଳି ଭାବରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ପବନ କଲ୍ୟାଣ ।

ଏହାମଧ୍ୟ ପଢନ୍ତୁ..Skill Development Case: ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ବହୁ ଚର୍ଚ୍ଚିତ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ରାଜ୍ୟ ଅପରାଧିକ ଯାଞ୍ଚ ବିଭାଗ ଶନିବାର ଦିନ ତାଙ୍କୁ ଗିରଫ କରିଛି । ଆଜି ରବିବାର ସକାଳେ ତାଙ୍କୁ କୋର୍ଟରେ ହାଜର କରାଯାଇଛି ।ଏହାପୂର୍ବରୁ ନାଇଡୁଙ୍କ ସ୍ୱାସ୍ଥ୍ୟଗତ ଯାଞ୍ଚ ପାଇଁ ତାଙ୍କୁ ରବିବାର ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସରକାରୀ ହସ୍ପିଟାଲ ଅଣାଯାଇଥିଲା । କେନ୍ଦ୍ର ତଦନ୍ତ ବିଭାଗ(CID) ଅଧିକାରୀଙ୍କ ଏକ ଟିମ ତାଙ୍କୁ ହସ୍ପିଟାଲର ଆଣିଥିଲେ । ଚନ୍ଦ୍ରବାବୁ ନାଇଡ଼ୁଙ୍କ ଗିରଫଦାରୀକୁ ନେଇ ରାଜନୀତି ସରଗରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details