ଓଡିଶା

odisha

ETV Bharat / bharat

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଜିତନ ରାମ ମାଝୀ - ବିହାର

ବିହାରର 17ତମ ବିଧାନସଭା ପାଇଁ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଜିତନ ରାମ ମାଝୀ । ନଭେମ୍ବର 23 ଓ 24 ତାରିଖ ଦୁଇ ଦିନ ବିହାର ବିଧାନସଭାର ବାଚସ୍ପତି ଦାୟିତ୍ବ ତୁଲାଇବେ । ଅଧିକ ପଢ଼ନ୍ତୁ...

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଜିତନ ରାମ ମାଝୀ
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଜିତନ ରାମ ମାଝୀ

By

Published : Nov 19, 2020, 9:01 PM IST

ପାଟନା: ବିହାରର 17ତମ ବିଧାନସଭା ପାଇଁ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଜିତନ ରାମ ମାଝୀ । ପରବର୍ତ୍ତୀ ବାଚସ୍ପତି ନିର୍ବାଚିତ ହେବା ଯାଏଁ ସେ ବିଧାନସଭା କାର୍ଯ୍ୟ ଚଳାଇବେ । ତେବେ କେବଳ ଦୁଇ ଦିନ ପାଇଁ ସେ ଏହି ପଦବୀରେ ରହିବେ ବୋଲି ସୂଚନା ମିଳିଛି ।

ନଭେମ୍ବର 23 ଓ 24 ତାରିଖ ଦୁଇ ଦିନ ବିହାର ବିଧାନସଭାର ବାଚସ୍ପତି ଦାୟିତ୍ବ ତୁଲାଇବେ ଜିତନ ରାମ ମାଝୀ । ଇମାମଗଞ୍ଜ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି ଜିତନ ରାମ ମାଝୀ। ବର୍ତ୍ତମାନ ସେ ହନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ଦଳର ସଭାପତି ଦାୟିତ୍ବରେ ରହିଛନ୍ତି ।

ଜିତନ ରାମ ମାଝୀ ନିଜ ରାଜନୈତିକ କ୍ୟାରିୟର କଂଗ୍ରେସ ଦଳ ସହ ଆରମ୍ଭ କରିଥିଲେ । 1980 ମସିହାରୁ ସେ ରାଜନୀତିରେ ସକ୍ରିୟ ରହିଛନ୍ତି । ଏହାପରେ ନିଜର ରାଜନୈତିକ ଦଳ ଗଢ଼ି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଏନଡିଏସ ସହ ମିଳିତ ଭାବରେ ରଜନୀତିରେ ସକ୍ରିୟ ରହିଛି । 2014 ମେ 20 ତାରିଖରୁ 2015 ମସିହା ଫେବ୍ରୁଆରୀ 20 ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଥିଲେ ଜିତନ ରାମ ମାଝୀ ।

ବିହାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି । ନଭେମ୍ବର 23 ତାରିଖରେ ନବ ନିର୍ବାଚିତ ବିଧାନସଭା ସଦସ୍ୟଙ୍କ ପାଇଁ ଏକ ପାଞ୍ଚ ଦିନିଆ ଉଦଘାଟନୀ ଅଧିବେଶନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିତନ ରାମ ମାଝୀଙ୍କୁ କାମଚଳା ବାଚସ୍ପତ୍ତି ଭାବେ ଦାୟିତ୍ବ ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details