ନୂଆଦିଲ୍ଲୀ: କୋଭିଡ-19 ଟୀକାକରଣ ଅଭିଯାନରେ ସାମିଲ ହେଲା ଘରୋଇ କ୍ଷେତ୍ରର ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ । ଏଣିକି ହ୍ବାଟସଆପ ଚାଟ୍ ଜରିଆରେ କୋଭିଡ-19 ଟିକାର ଉପଲବ୍ଧତା ସୂଚନା ଓ ଅନ୍ୟ ଗ୍ରାହକଙ୍କୁ ସେବା ପ୍ରଦାନ ଆରମ୍ଭ କରିଦେଇଛି ଜିଓ ।
ନୂଆ ସେବା ଲୋକମାନଙ୍କୁ ସେସନ ସତେଜ କରିବା ପାଇଁ ସାହାଯ୍ୟ କରିବ । ଏଥିପାଇଁ ୱାନ ଟାଇମ ପାସୱାର୍ଡ ଝିନଝଟ ବିନା ଟିକା ଉପଲବ୍ଧତାକୁ ଟ୍ରାକ କରିହେବ ।
ଜିଓ ୟଜର୍ସମାନେ ବର୍ତ୍ତମାନ ହ୍ବାଟସଆପ ଜରିଆରେ ଜିଓ ଚାଟ୍ବଟ୍ରେ ରିଚାର୍ଜ, ପେମେଣ୍ଟ କରିପାରିବେ । ଏପରିକି ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଅଭିଯୋଗ ଦାଖଲ କରିପାରିବେ । ଏହା ମଧ୍ୟ କୋଭିଡ -19 ଟିକା ଉପଲବ୍ଧତା ବିଷୟରେ ସୂଚନା ପ୍ରଦାନ କରୁଛି ।
ଏହି ସେବା 7000770007 ନମ୍ବରରେ କେବଳ ହାଇ ଟାଇପ କରି ହାସଲ କରାଯାଇପାରିବ ।
ଜିଓ ୟୁଜର୍ସ ଚାଟ୍ବଟ ରେ ମୋବାଇଲ ନମ୍ବର ପୋର୍ଟିବିଲିଟି ସେବା ଓ ଜିଓ ସିମ , ଜିଓ ଫାଇବର, ଜିଓମାର୍ଟ ଏବଂ ଇଣ୍ଟରନ୍ୟାସନାଲ ରୋମିଂ ପାଇଁ ସହଯୋଗ ହାସଲ କରିପାରିବେ ।