ଓଡିଶା

odisha

ETV Bharat / bharat

ମକର ସଂକ୍ରାନ୍ତି ଅବସରରେ ଜିଓର ଭେଟି, 8 ରାଜ୍ୟରେ ଜିଓ ଟ୍ରୁ 5G ସେବା ଆରମ୍ଭ - ଜିଓ ଟ୍ରୁ 5Gର ଶୁଭାରମ୍ଭ

ମକର ସଂକ୍ରାନ୍ତି ଅବସରରେ ଦେଶର 8 ରାଜ୍ୟର 16 ସହରରେ 5G ସେବା ଆରମ୍ଭ କରିଛି ଜିଓ । ଅଧିକ ପଢ଼ନ୍ତୁ

jio 5g service
ଜିଓ ଟ୍ରୁ 5G ସେବା

By

Published : Jan 15, 2023, 3:36 PM IST

ନୂଆଦିଲ୍ଲୀ: 8ଟି ରାଜ୍ୟକୁ ମକର ସଂକ୍ରାନ୍ତି ଉପହାର ଦେଲା ଜିଓ । ମକର ସଂକ୍ରାନ୍ତି ଅବସରରେ ଜିଓ ପକ୍ଷରୁ ବିହାର, ଛତିଶଗଡ଼, ଝାଡ଼ଖଣ୍ଡରେ 5G ସେବା ଆରମ୍ଭ କରାଯାଇଛି । ଜିଓ ଟ୍ରୁ 5Gର ଶୁଭାରମ୍ଭ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଖୁସିବ୍ୟକ୍ତ କରିଛନ୍ତି । ରାଜ୍ୟପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା । ନୂଆ ସେବ ପରିବର୍ତ୍ତନର ବାର୍ତ୍ତାବହ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜିଓ ଟ୍ରୁ 5G ସେବା ଛତିଶଗଡ଼ ରାଜଧାନୀ ରାୟପୁର ଏବଂ ଭିଲାଇରେ ଆରମ୍ଭ ହୋଇଛି । 5G ସେବା ସାମଗ୍ରିକ ବିକାଶ, ଶିକ୍ଷା, ଭିତ୍ତିଭୂମି ବିକାଶ, ଶାସନ, ସ୍ୱାସ୍ଥ୍ୟ ଆଦିରେ ବିକାଶ ଆଣିବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି । 5G ସେବା ସାମଗ୍ରିକ ଅର୍ଥନୀତି ବିଶେଷ କରି ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବ । ଏଥିସହ କ୍ଷୁଦ୍ର ବ୍ୟବସାୟୀ ଏବଂ ଯୁବପିଢ଼ିଙ୍କୁ ରୋଜଗାରର ସୁଯୋଗ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିହାର ଏବଂ ଝାଡ଼ଖଣ୍ଡରେ ମଧ୍ୟ 5G ସେବା ଆରମ୍ଭ

ବିହାର ରାଜଧାନୀ ପାଟନା ଏବଂ ଉତ୍ତର ବିହାର ସହର ମୁଜାଫରପୁରରେ ମଧ୍ୟ 5G ସେବାର ଶୁଭାରମ୍ଭ ହୋଇଛି । ସେହିପରି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଓ ଜାମସେଦପୁର ଷ୍ଟିଲ୍‌ ସିଟିରେ ଜିଓ ଟ୍ରୁ 5G ସେବା ଆରମ୍ଭ ହୋଇଛି । ଏନେଇ ଜିଓ ଅଧିକାରୀ କହିଛନ୍ତି, "ଟେକ୍ନୋଲୋଜି ସଭିଙ୍କୁ ଏକଜୁଟ କରି ରଖେ । ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଓଡ଼ିଶା ଓ କେରଳରେ ଜିଓ ଟ୍ରୁ 5G ଶୁଭାରମ୍ଭ କରି ଆମେ ଗର୍ବିତ । ମକର ସଂକ୍ରାନ୍ତି ଅବସରରେ ଆଉ 3ଟି ରାଜ୍ୟରେ 5G ସେବା ଆରମ୍ଭ ହୋଇଛି। ଏହାକୁ ମିଶାଇ ବର୍ତ୍ତମାନ ମୋଟ 8ଟି ରାଜ୍ୟର 16ଟି ସହରରେ 5G ସେବା ଆରମ୍ଭ ହୋଇଥିବା ନେଇ ଜିଓ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାକୁ ନେଇ ଜିଓ ପକ୍ଷରୁ କୁହାଯାଇଛି, "ଆମେ ଚାହୁଁଛୁ ପ୍ରତ୍ୟେକ ଜିଓ ବ୍ୟବହାରକାରୀ 2023ରେ ପରିବର୍ତ୍ତିତ ସର୍ଭିସ୍‌ ଉପଭୋଗ କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ:ପୋଙ୍ଗଲରେ ତେଲେଙ୍ଗାନାକୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଆଜିଠୁ ଟ୍ରାକରେ ଦୌଡିବ ଟ୍ରେନ

ଜାନୁଆରୀ 14 ତାରିଖରେ 8ଟି ରାଜ୍ୟ ଛତିଶଗଡ଼ (ରାୟପୁର, ଦୁର୍ଗ, ଭିଲାଇ), ବିହାର (ପାଟନା, ମୁଜାଫରପୁର), ଝାଡ଼ଖଣ୍ଡ (ରାଞ୍ଚି, ଜାମସେଦପୁର), କର୍ଣ୍ଣାଟକ (ବିଜାପୁର, ଉଡୁପି, କାଲାବୁର୍ଗି,ବେଲାରୀ), ଓଡ଼ିଶା (ରାଉରକେଲା, ବ୍ରହ୍ମପୁର), ଆନ୍ଧ୍ରପ୍ରଦେଶ (ଏଲୁରୁ) ଏବଂ ମହାରାଷ୍ଟ୍ର (ଅମରାବତୀ)ରେ ଜିଓ ଟ୍ରୁ 5G ଆରମ୍ଭ ହୋଇଛି। ଯେଉଁଥିରେ କୌଣସି ଅତିରିକ୍ତ ମୂଲ୍ୟ ବିନା 1 Gbps ପର୍ଯ୍ୟନ୍ତ ଅନଲିମିଟେଡ ସ୍ପିଡ୍‌ ଡାଟା ମିଳିବ । ଏହି ସବୁ ରାଜ୍ୟରେ ନୂଆ ସେବା ପରିବର୍ତ୍ତନର ବାର୍ତ୍ତାବହ ସାବ୍ୟସ୍ତ ହେବ । ଜିଓ ଉପଭୋକ୍ତାଙ୍କୁ ଏକ ହାଇସ୍ପିଡ୍‌ ଡାଟା ବ୍ୟବହାରର ଅନୁଭୂତି ପ୍ରଦାନ କରିବ । ଟ୍ରୁ 5G ସେବାକୁ ବ୍ୟାପକ କରିବା ଲାଗି ରାଜ୍ୟଗୁଡ଼ିକର ସରକାରଙ୍କ ସହ ମିଳିତ ହୋଇ କାମ କରିବୁ ବୋଲି ଜିଓ ମୁଖପାତ୍ର କହିଛନ୍ତି ।

ABOUT THE AUTHOR

...view details