ରାଞ୍ଚି:ବହୁଚର୍ଚ୍ଚିତ ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସହଯୋଗୀ ଗିରଫ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଗିରଫ କରିଛି ଇଡି । ଖଣି ଦୁର୍ନୀତି ମାମଲାରେ ମାରାଥନ ରେଡ୍ ପରେ ଇଡି ଗିରଫ କରିଛି । ଗତକାଲି (ବୁଧବାର) ପ୍ରେମ ପ୍ରକାଶଙ୍କ ରାଞ୍ଚି ସ୍ଥିତ ଘରୁ ୨ଟି AK47 ଜବତ ହୋଇଥିଲା । ଏହା ସହ ଇଡିର ଏକ ଟିମ ୟୁକେ ଝାଙ୍କୁ ମଧ୍ୟ ଅଟକ ରଖିଛି ।
ଝାଡଖଣ୍ଡରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ 17ଟି ସ୍ଥାନରେ ଚଢାଉ କରିଥିଲା । ପ୍ରେମ ପ୍ରକାଶ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ବୋଲି ଜଣାଯାଇଛି । ପ୍ରେମ ପ୍ରକାଶ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏହି ଚଢାଉ କରାଯାଇଥିଲା । ବେଆଇନ ଖଣି ମାମଲାରେ ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ଝାଡଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆରରେ 16ଟି ସ୍ଥାନରେ ମଧ୍ୟ ଚଢାଉ କରିଥିଲା ତଦନ୍ତକାରୀ ସଂସ୍ଥା । ପ୍ରେମ ପ୍ରକାଶଙ୍କ ବାସଭବନରେ ହୋଇଥିବା ଚଢାଉରେ ଦୁଇଟି AK47 ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଥିଲା । ଜବତ ୨ଟି AK47 ରାଞ୍ଚି ପୋଲିସ ଦାବି କରିଥିଲା ପୋଲିସ । ଜବତ ରାଇଫଲ୍ସ ସରକାରୀ ଅସ୍ତ୍ରଶସ୍ତ୍ର ଓ ତାକୁ ପ୍ରଦେଶ ପୋଲିସର ଦୁଇ କର୍ମଚାରୀ ରଖିଥିବା ଚରମ ଅବହେଳା ସାମ୍ନାକୁ ଆସିବ ପରେ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।