ଓଡିଶା

odisha

ETV Bharat / bharat

Dhanbad judge Death case: ୨ ଦୋଷୀଙ୍କୁ ଆଜୀବନ ଜେଲ୍‌ - ଝାଡଖଣ୍ଡ ବିଚାରପତି ମୃତ୍ୟୁ ମାମଲା

ବହୁଚର୍ଚ୍ଚିତ ଧାନବାଦ ବିଚାରପତି ମୃତ୍ୟୁ ଘଟଣା । ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଅଧିକ ପଢନ୍ତୁ

୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

By

Published : Aug 7, 2022, 1:53 PM IST

ରାଞ୍ଚି:ବହୁଚର୍ଚ୍ଚିତ ଧାନବାଦ ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ଦୁଇ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ । ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗତ ବର୍ଷ ଜୁଲାଇ 28ରେ ସିବିଆଇ କୋର୍ଟ ବିଚାରପତି ଜଷ୍ଟିସ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ଅଟୋ ଡ୍ରାଇଭର ଲଖନ ବର୍ମା ଓ ତା ସହଯୋଗୀ ରାହୁଲ ବର୍ମାକୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଶନିବାର ଏହି ମାମଲାର ଶୁଣାଣି କରି ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଏହାସହ ଉଭୟଙ୍କୁ 20 ହଜାର ଟଙ୍କା ଜରିମାନା ଲଗାଇଛନ୍ତି କୋର୍ଟ । ଏହା ସହ ଦୁଇ ଦୋଷୀ ଭୁଲ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବାକୁ 10 ହଜାର ଜରିମାନା ସହ 7 ବର୍ଷ ଜେଲ ହୋଇଛି । ଉଭୟ ଦଣ୍ଡାଦେଶ ଏକା ସଙ୍ଗରେ ଚାଲିବ ।

ପ୍ରକାଶ ଥାଉ କି, ଗତ ବର୍ଷ ଜୁଲାଇ 28 ତାରିଖରେ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃଭ୍ରମଣରେ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଅଟୋ ଧକ୍କା ଦେଇଥିଲା । ସେହି ଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଝାଡଖଣ୍ଡର ଇଣ୍ଡଷ୍ଟ୍ରିଆଲ ସିଟି ଧାନବାଦରେ ଘଟିଥିଲା ଏହି ଦୁର୍ଘଟଣା । ଘଟଣାସ୍ଥଳର ସିସିଟିଭି କ୍ୟାମେରାକୁ ଖୋଳତାଡ କରିଥିଲା ପୋଲିସ । ଆଉ ହାତରେ ଲାଗିଥିଲା କ୍ୟାମେରା ଫୁଟେଜରେ ସାମ୍ନାକୁ ଆସିଥିଲା ପୁରା ମାମଲା । ଫେବ୍ରୁଆରୀରେ 58 ଜଣ ସାକ୍ଷୀଙ୍କୁ ନେଇ ମାମଲାର ବିଚାର ଆରମ୍ଭ ହୋଇଥିଲା ।

ABOUT THE AUTHOR

...view details