ଓଡିଶା

odisha

ETV Bharat / bharat

ଘରୁ ପଳାଇଥିଲେ ପ୍ରେମୀ ଯୁଗଳ, ଥାନାରେ ହେଲା ବାହାଘର - ଥାନାରେ ହେଲା ବାହାଘର

ଝାଡଖଣ୍ଡର କୋଡରମା ସ୍ଥିତ ଥାନାରେ ହୋଇଛି ପ୍ରେମୀ ଯୁଗଳଙ୍କ ବିବାହ । ଉଭୟ ଘରୁ ପଳାଇଥିବାବେଳେ ପୋଲିସ ସେମାନଙ୍କୁ ଠାବ କରିବା ପରେ ବିବାହ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ଥାନାରେ ହେଲା ବାହାଘର
ଥାନାରେ ହେଲା ବାହାଘର

By

Published : Jul 5, 2023, 6:46 AM IST

ରାଞ୍ଚି: ପ୍ରେମିକ ସହ ନିଖୋଜ ଥିବା ଯୁବତୀଙ୍କୁ ପ୍ରଥମେ ଠାବ କଲା ପୋଲିସ । ପରେ ଥାନାରେ ହୋଇଛି ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର କୋଡରମାଠାରେ । ସୂଚନା ଅନୁସାରେ, ଝାଡଖଣ୍ଡରୁ ନିଖୋଜ ହୋଇଥିବା ଯୁବତୀ ଜଣକ ବିହାରରୁ ଉଦ୍ଧାର ହୋଇଛନ୍ତି । ପ୍ରେମିକ ସହ କେଉଁଆଡେ ଚାଲିଯାଇଥିବାବେଳେ ଯୁବତୀ ଜଣକ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଏତଲା ଦାଖଲ ହୋଇଥିଲା । ଯୁବତୀ ଜଣକ ଝାଡଖଣ୍ଡର କୋଡରମା ଜିଲ୍ଲାର ତିଲୈୟା ଥାନା ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ତାଙ୍କ ବୟସ 18ବର୍ଷ ହୋଇଥିବା ଜଣାପଡିଛି ।

ଝିଅ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଏତଲା ପରେ ଅନୁସନ୍ଧାନ କରୁଥିଲା ପୋଲିସ । ବର୍ତ୍ତମାନ ପ୍ରେମିକ ସହିତ ଝିଅକୁ ଉଦ୍ଧାର କରିଛି ପୋଲିସ। ସେମାନଙ୍କ ଠିକଣା ପାଇବା ପରେ ପୋଲିସ ପ୍ରଥମେ ଉଭୟଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଖବର ପାଇ ଉଭୟ ପରିବାର ପକ୍ଷରୁ ଥାନାରେ ହାଜର ହୋଇଥିଲେ । ସେମାନଙ୍କୁ ପଚରାଉଚରା କରିଥିଲା ପୋଲିସ । ତେବେ ଉଭୟେ ନିଜନିଜ ସହମତିରେ ଘରୁ ପଳାଇ ଯାଇ ବିବାହ କରିଥିବା କଥା ସ୍ବୀକାର କରିଛନ୍ତି ।

ଉଭୟଙ୍କ ବୟାନ ଅନୁସାରେ, ସେମାନଙ୍କ ଏହି ପ୍ରେମ ସମ୍ପର୍କ ପାଖାପାଖି ଦୁଇ ବର୍ଷ ଧରି ଚାଲିଥିଲା । ତେବେ ପ୍ରେମିକ ଜଣକ ବିହାରର ଗୟା ଜିଲ୍ଲା ଅନ୍ତର୍ଗତ ଡୁମାରିଆର ବାସିନ୍ଦା ସଞ୍ଜୁ କୁମାର ବୋଲି ଜଣାପଡିଛି । ଯୁବତୀ ଜଣକ ହେଉଛନ୍ତି ଝାଡଖଣ୍ଡର ତିଲୈୟା ଥାନା ଅଞ୍ଚଳରରାଖୀ କୁମାରୀ । ଗତ ଦୁଇ ବର୍ଷ ପୂର୍ବରୁ ସଞ୍ଜୁ କୁମାର ପାଇପ ମିସ୍ତ୍ରୀ ଭାବେ କାମ କରିବାକୁ ଝାଡଖଣ୍ଡ ଅଞ୍ଚଳକୁ ଆସିଥିଲେ। ସେଠାରେ ଉଭୟଙ୍କ ଦେଖା ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ ଜୁନ 25 ତାରିଖରେ ବିବାହ କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ । ହେଲେ ପରିବାର ଲୋକ ସ୍ବୀକୃତି ନଦେବାରୁ ରାଖୀ ପ୍ରେମିକ ସଞ୍ଜୁ ସହ ଘରୁ ପଳାଇଥିଲେ ।

ବହୁ ଖୋଜାଖୋଜି ପରେ ପରିବାର ଲୋକ ରାଖୀଙ୍କୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ଖୋଜାଖୋଜି କରି ଉଭୟଙ୍କ ଠାବ କଲା ପରେ ସହମତିରେ ସେମାନେ ବିବାହ କରିଥିବା ଜାଣିବାକୁ ପାଇଥିଲା। ଖବର ପାଇ ପରିବାରଲୋକେ ଥାନାରେ ପହଞ୍ଚିବା ପରେ ଶେଷରେ ସହମତି ପ୍ରକାଶ କରିଥିଲେ ଏବଂ ଥାନା ନିକଟରେ ଥିବା ଏକ ଶିବ ମନ୍ଦିରରେ ଦୁହିଁଙ୍କ ବିବାହ କରାଇଥିଲେ । ତେବେ ସଞ୍ଜୟ ଓ ରାଖୀ ଦୁହେଁ ପରସ୍ପରକୁ ପରିବାରର ସ୍ବୀକୃତିକ୍ରମେ ପୁଣି ଥରେ ବିବାହ କରିଥିବା ଜଣାପଡିଛି ।

ABOUT THE AUTHOR

...view details