ଓଡିଶା

odisha

ETV Bharat / bharat

Jagarnath Mahato Passed Away: ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥଙ୍କ ଦେହାନ୍ତ - ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ

ଚିକିତ୍ସାଧିନ ଅବସ୍ଥାରେ ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋଙ୍କ ଦେହାନ୍ତ । ଟ୍ବିଟ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 6, 2023, 11:23 AM IST

ରାଞ୍ଚି: ପରଲୋକରେ ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ । ଚିକିତ୍ସାଧିନ ଅବସ୍ଥାରେ ଚେନ୍ନାଇର ଏକ ହସ୍ପିଟାଲରେ ଶେଷ ନିଶ୍ସାସ ତ୍ୟାଗ କରିଛନ୍ତି ମନ୍ତ୍ରୀ ଜଗରନାଥ ମହତୋ । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ବିଟ ଯୋଗେ ସୂଚନା ଦେବା ସହ ଶୋକ ବ୍ୟକ୍ତ କରିଛନ୍ତି ।

ହେମନ୍ତ ସୋରେନ ଟ୍ବିଟ କରି ଲେଖିଛନ୍ତି ଯେ, ''ଆମର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ଆଉ ନାହାନ୍ତି । ଆଜି ଝାଡଖଣ୍ଡ ଜଣେ ମହାନ ଆନ୍ଦୋଳନକାରୀ, ପରିଶ୍ରମୀ ତଥା ଲୋକପ୍ରିୟ ନେତାଙ୍କୁ ହରାଇଛି । ଚେନ୍ନାଇରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯାହା ଆମ ପାଇଁ ଏକ ଅପୂରଣୀୟ କ୍ଷତି । ଭଗବାନ ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ । ଜଗରନାଥ ମହତୋଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ଭଗବାନ ଏପରି ସମୟରେ ତାଙ୍କ ପରିବାର ଲୋକଙ୍କୁ ସହିବାର ଶକ୍ତି ଦିଅନ୍ତୁ । ''

ଏହା ମଧ୍ୟ ପଢନ୍ତୁ-କେରଳ ଟ୍ରେନ ଅଗ୍ନିକାଣ୍ଡ ଘଟଣା: ମହାରାଷ୍ଟ୍ରରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଗତ କିଛି ଦିନ ହେବ ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ଅସୁସ୍ଥ ଥିଲେ । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରେମ ତୁରନ୍ତା ତାଙ୍କୁ ବିମାନ ଯୋଗେ ଚେନ୍ନାଇକୁ ନିଆଯାଇଥିଲା । ସେଠାରେ ଏକ ବଡ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ ସେ । କିନ୍ତୁ ଆଜି (ଗୁରୁବାର) ସକାଳେ ତାଙ୍କର ଦେହାନ୍ତ ହୋଇଛି । ଶିକ୍ଷା ମନ୍ତ୍ରୀଙ୍କ ଦେହାନ୍ତ ଖବର ଶୁଣିବା ପରେ ଝାଡଖଣ୍ଡର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଜେଏମଏମ ଦଳର ସମସ୍ତ ନେତା ଓ କର୍ମୀ ଜଗରନାଥ ମହତୋଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ ଜଗରନାଥ । ସେ ଡୁମରି ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ସେ ଜଣେ ଟାଣୁଆ ନେତା ଥିଲେ।

ଏହା ମଧ୍ୟ ପଢନ୍ତୁ-India Corona: ଦେଶରେ ୫ ହଜାର ଅତିକ୍ରମ କଲା ଦୈନିକ ସଂକ୍ରମଣ

ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମଧ୍ୟ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ , ''ଝାଡଖଣ୍ଡ ସରକାରୀଙ୍କ ମନ୍ତ୍ରୀ ଜଗରନାଥ ମହତୋଙ୍କ ଚେନ୍ନାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ଏହା ଶୁଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ । ଦୀର୍ଘ ଦିନ ହେବ ସେ ରୋଗରେ ପୀଡିତ ଥିବା ବେଳେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ''

ABOUT THE AUTHOR

...view details