ଓଡିଶା

odisha

10 ଦିନିଆ ରିମାଣ୍ଡରେ ଗଲେ ପଶ୍ଚିମବଙ୍ଗରେ ଗିରଫ ଝାଡଖଣ୍ଡର 3 ବିଧାୟକ

By

Published : Jul 31, 2022, 8:34 PM IST

10 ଦିନିଆ ରିମାଣ୍ଡରେ ଗଲେ ପଶ୍ଚିମବଙ୍ଗରେ ଗିରଫ ଝାଡଖଣ୍ଡ କଂଗ୍ରେସର 3 ବିଧାୟକ । ଅପରାହ୍ନରେ ହାଓ୍ବାଡାର ଏକ କୋର୍ଟରେ ହାଜର କରିଥିଲା ପଶ୍ଚିମବଙ୍ଗ ପୋଲିସ । ଗତକାଲି ରାତିରେ ବିପୁଳ ପରିମାଣର ନଗଦ ଟଙ୍କା ସହ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

10 ଦିନିଆ ରିମାଣ୍ଡରେ ଗଲେ ପଶ୍ଚିମବଙ୍ଗରେ ଗିରଫ ଝାଡଖଣ୍ଡର 3 ବିଧାୟକ
10 ଦିନିଆ ରିମାଣ୍ଡରେ ଗଲେ ପଶ୍ଚିମବଙ୍ଗରେ ଗିରଫ ଝାଡଖଣ୍ଡର 3 ବିଧାୟକ

କୋଲକାତା: ବିପୁଳ ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ହାଓ୍ବଡାରେ ଗିରଫ ହୋଇଥିବା ଝାଡଖଣ୍ଡର 3 କଂଗ୍ରେସ ବିଧାୟକଙ୍କୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ହାଓ୍ବାଡାର ଏକ କୋର୍ଟ । ଗତକାଲି ବିଧାୟକମାନେ ଯାଉଥିବା କାରରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ତାଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ ପୋଲିସ । ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ 10 ଦନିଆ ପୋଲିସ ରିମାଣ୍ଡରେ ସେମାନଙ୍କୁ ପଠାଇଛନ୍ତି ଅଦାଲତ ।

ଏହା ମଧ୍ୟ ପଢନ୍ତୁ:-ଝାଡଖଣ୍ଡର ୩ କଂଗ୍ରେସ ବିଧାୟକ ନିଲମ୍ବିତ, ହାଓ୍ୱଡାରୁ ବିପୁଳ ଟଙ୍କା ସହ ଧରାପଡିଥିଲେ

ଗତକାଲି ରାତିରେ ଏକ କାରରେ ଟଙ୍କା ସହ ଧରା ପଡିଥିଲେ ଝାଡଖଣ୍ଡର ଜମତରା ବିଧାୟକ ଇରଫାନ୍ ଅନସାରୀ, ଖିଜିର ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରାର ବିଧାୟକ ନମାନ ବିକ୍ସାଲ । ସେମାନଙ୍କ ଗାଡିରୁ ପ୍ରାୟ 60 ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ପୋଲିସ । ପରେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଜି ସେମାନଙ୍କ ବିରୋଧରେ ଦଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଏହି ବିଧାୟକମାନଙ୍କୁ ନିଲମ୍ବିତ କରିଥିବା ଦଳୀୟ ରାଜ୍ୟ ପ୍ରଭାରୀ ସୂଚନା ଦେଇଥିଲେ ।

ତେବେ ହାଓ୍ବଡାର ଏକ ସ୍ଥାନୀୟ କୋର୍ଟ ଏହି ବିଧାୟକମାନଙ୍କ ବେଲ ଆବେଦନ ଖାରଜ କରିବା ସହ ସେମାନଙ୍କୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଅନ୍ୟପଟେ ପୋଲିସ ପରିବର୍ତ୍ତେ ଏହି ଘଟଣାର ତଦନ୍ତ ଭାର CIDକୁ ପ୍ରଦାନ କରିଛନ୍ତି ପଶ୍ଚିମବଙ୍ଗ ସରାକାର । ରାଜ୍ୟରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୋରସୋରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଥିବା ବେଳେ ଅନ୍ୟ ରାଜ୍ୟର ବିଧାୟକମାନେ ଏତେ ପରିମାଣର ନଗଦ ଟଙ୍କା ନେଇ କୁଆଡେ ଯାଉଥିଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details