ଓଡିଶା

odisha

ETV Bharat / bharat

ଧାନବାଦ ଜଜ୍‌ଙ୍କ ମୃତ୍ୟୁ ମାମଲା, ତଦନ୍ତ କରିବ CBI - ଧାନବାଦ ଜଜ୍‌ଙ୍କ ମୃତ୍ୟୁ

ଧାନବାଦ ବିଚାରପତିଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ଶନିବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ....

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

By

Published : Aug 1, 2021, 1:40 PM IST

ରାଞ୍ଚି:ଧାନବାଦ ବିଚାରପତିଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ଶନିବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୨୮ ତାରିଖରେ ଏକ ଅଟୋ ରିକ୍ସା ଦୁର୍ଘଟଣାର ଧାନବାଦ ବିଚାରପତିଙ୍କ ମୃତ୍ୟୁ ହୋଇଛି ।

ସରକାରୀ ମୁଖପାତ୍ର ସୂଚନା ଅନୁସାରେ, ଜିଲ୍ଲା ତଥା ସେସନ କୋର୍ଟ ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ସୂଚନା ମିଳିଛି । ୪୮ ବର୍ଷିୟ ବିଚାରପତି ଉତ୍ତମଙ୍କର ଜୁଲାଇ ୨୮ ତାରିଖରେ ଏକ ଅଟୋ ରିକ୍ସା ଦୁର୍ଘଟଣାର ମୃତ୍ୟୁ ହୋଇଛି । ଝାଡଖଣ୍ଡର ଇଣ୍ଡଷ୍ଟ୍ରିଆଲ ସିଟି ଧାନବାଦରେ ଘଟିଥିଲା ଏହି ଦୁର୍ଘଟଣା ।

ବିଚାରପତିଙ୍କ ମୃତ୍ୟୁ ମାମଲାର ଯେତେ ଶୀଘ୍ର ସମ୍ଭବ ପର୍ଦ୍ଦାଫାସ କରିବାକୁ ଝାଡଖଣ୍ଡ ସରକାର ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିଥିଲେ । ଶୁକ୍ରବାର ବିଚାରପତିଙ୍କ ପରିବାର ସହିତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ସରକାର ଏହି ପରିସ୍ଥିତିକୁ ଗୁରୁତର ସହିତ ନେଇଛନ୍ତି । ପରିବାରରୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି । ଏହାର ତଦନ୍ତ ଖୁବ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି ସୋରେନ ।

ଏହି ଘଟଣାରେ ଝାଡଖଣ୍ଡ ପୋଲିସ ଦୁଇଜଣ ଅଟୋ ଚାଳକଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଲାଖନ ଭର୍ମା ଏବଂ ତାଙ୍କ ସହଯୋଗୀ ରାହୁଲ ଭର୍ମା । ଦୁଇଜଣଙ୍କୁ ଧନବାଦ୍ ଜିଲ୍ଲା କୋର୍ଟ ପାଞ୍ଚ ଦିନିଆ ରିମାଣ୍ଡରେ ନିଆଯାଇଛି ।

ପ୍ରକାଶ ଥାଉ କି, ୨୮ ଜୁଲାଇ ସକାଳ । ପ୍ରାତଃଭ୍ରମଣରେ ଯାଇଥିବା ସମୟରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ପଛପଟୁ ଏକ ଅଟୋ ଧକ୍କା ଦେଇଥିଲା । ଏହା ପରେ ଅଟୋଟି ଫେରାର ହୋଇଯାଇଥିଲା । ତେବେ ଏହା ଏକ ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ତାହା ତଦନ୍ତ ପରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details