ଲକ୍ଷ୍ନୌ: ଝାନ୍ସି ରେଳ ଷ୍ଟେସନର (Jhansi Railway Station) ନାମ ବଦଳାଇଲେ ଆଦିତ୍ୟନାଥ ସରକାର । ତେବେ ୟୁପି ସରକାର ଝାନ୍ସି ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ବର୍ତ୍ତମାନ ଭିରାଙ୍ଗନା ଲକ୍ଷ୍ମୀବାଇ ରେଳ ଷ୍ଟେସନ ନାମରେ ନାମିତ କରିଛନ୍ତି ।
ବୁଧବାର ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ। ତେବେ ଝାନ୍ସି ରେଳ ଷ୍ଟେସନର ନୂତନ ନାମ ବର୍ତ୍ତମାନ ଭିରାଙ୍ଗନା ଲକ୍ଷ୍ମୀବାଇ ରେଳ ଷ୍ଟେସନ ହେବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ରେଳ ମନ୍ତ୍ରଣାଳୟର ଆଦେଶ ପାଇବା ମାତ୍ରେ ବିଭାଗୀୟ ରେଳ ପ୍ରଶାସନ ନାମ ପରିବର୍ତ୍ତନ କରିବାର ବିଭାଗୀୟ ପ୍ରକ୍ରିୟା ଆରମ୍ଭ କରିବ। ଏହା ଅଧୀନରେ ଷ୍ଟେସନ କୋଡ ମଧ୍ୟ ପରିବର୍ତ୍ତନ ହେବ । ତେବେ ଝାନ୍ସି ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ତିନି ମାସ ପୂର୍ବେ ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିଲା ।
ଆଗାମୀ କିଛି ଦିନ ପରେ ଝାନ୍ସିର ନାମ ଇତିହାସରେ ପରିଣତ ହେବ । ଏହାପୂର୍ବରୁ ରାଜ୍ୟର ଯୋଗୀ ସରକାର ତିନୋଟି ପ୍ରମୁଖ ଷ୍ଟେସନ, ଯଥା ଆହ୍ଲାବାଦକୁ ପ୍ରୟାଗରାଜ, ମୁଗଲସରାଇକୁ ଦିନଦୟାଲ ଉପାଧ୍ୟାୟ ନାଗର ଏବଂ ଫୈଜାବାଦକୁ ଅଯୋଧ୍ୟା ରେଳ ଷ୍ଟେସନ ଭାବରେ ନାମିତ କରିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ