ପାଟନା: ବିହାର ଜହାନାବାଦ ଜିଲ୍ଲାର ପିତାମ୍ବରପୁର ବାସିନ୍ଦା କ୍ରିସଲେ ଶର୍ମା ଲିମକା ବୁକ୍ ଅଫ ଓ୍ବାର୍ଲଡ ରେକର୍ଡ(Kishlay Sharma Name In Limca Book Of World Records)ରେ ସ୍ଥାନ ପାଇଛନ୍ତି । ଏହା କରି ସେ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କ୍ରିସଲେ ଶର୍ମା ପେଶାରେ ଜଣେ ଗଣିତ ଶିକ୍ଷକ ହୋଇଥିବାବେଳେ ଗଣିତର ସମାଧାନ ପାଇଁ ସେ ୫୦୬୭ ଫର୍ମୁଲା ବାହାର କରି ଏହି ରେକର୍ଡ ସେ କରିଛନ୍ତି ।
ପରନ୍ତୁ ଲିମ୍କା ବୁକ୍ ଦ୍ବାରା ତାଙ୍କୁ ମେଲ ମାଧ୍ୟମରେ ଅକ୍ଟୋବର-ନଭେମ୍ବରରେ ନାମ ସ୍ଥାନିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ, ୩ ଦିନ ତଳେ ଲିମ୍କା ବୁକ୍ ଅଫ ରେକର୍ଡ ଦ୍ବାରା ତାଙ୍କୁ ପ୍ରମାଣପତ୍ର ପଠାଯାଇଥିଲା । ଏହାକୁ ନେଇ କ୍ରିସଲେ ଶର୍ମା ଖୁସି ବ୍ୟକ୍ତ କରିଛନ୍ତି, ଯେ କିଛି କରିବାର ଇଚ୍ଛା ତାଙ୍କୁ ଏଠାକୁ ଆଣି ପହଞ୍ଚାଇଛି । ଏହି ରେକର୍ଡ ପୂର୍ବରୁ ମଧ୍ୟ ତାଙ୍କ ନାମ ଗୋଲଡେନ୍ ବୁକରେ ସ୍ଥାନ ପାଇଥିଲା ।
କ୍ରିସଲେ ଶର୍ମା କହିଛନ୍ତି, ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଗିନିଜ ବୁକ୍ ଅଫ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା । ଏହି ସଫଳତାକୁ ସେ ତାଙ୍କ ଛାତ୍ରଙ୍କ ସହିତ ମିଶି କେକ କାଟି ସେଲିବ୍ରେସନ କରିଛନ୍ତି । ତାଙ୍କ ଛାତ୍ର କହିଛନ୍ତି, ଏପରି ଶିକ୍ଷକ ପାଖେ ପାଠ ପଢି ସେମାନେ ଗର୍ବ ଅନୁଭବ କରୁଛନ୍ତି ।