ଓଡିଶା

odisha

By

Published : Aug 3, 2021, 8:33 PM IST

ETV Bharat / bharat

#JeeneDo: ଗୋଆ ବିଚରେ ଗଣଦୁଷ୍କର୍ମ, ମୁଖ୍ୟମନ୍ତ୍ରୀଙ୍କ ବୟାନ ବିରୋଧରେ ଉଠିଲା ସ୍ବର

ଗତ ରବିବାର ଗୋଆର ଏକ ସମୁଦ୍ର କୂଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଘଟଣାକୁ ନେଇ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିଲା, ସେତେବେଳେ ଝିଅ ଏବଂ ସେମାନଙ୍କ ପରିବାରକୁ ଦାୟୀ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ଭିତୋଫାନ । ଅଧିକ ପଢନ୍ତୁ...

#JeeneDo: ଗୋଆ ବେଳାଭୂମିରେ ଗଣଦୁଷ୍କର୍ମ, ମୁଖ୍ୟମନ୍ତ୍ରୀଙ୍କ ବୟାନ ବିରୋଧରେ ଉଠିଲା ସ୍ବର
#JeeneDo: ଗୋଆ ବେଳାଭୂମିରେ ଗଣଦୁଷ୍କର୍ମ, ମୁଖ୍ୟମନ୍ତ୍ରୀଙ୍କ ବୟାନ ବିରୋଧରେ ଉଠିଲା ସ୍ବର

ପାଣାଜୀ: ପର୍ଯ୍ୟଟନସ୍ଥଳୀ ଗୋଆର ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ପରେ ପଡୁଛି ଉଠୁଛି ରାଜ୍ୟ ରାଜନୀତି । ବିରୋଧୀଙ୍କ ଟାର୍ଗେଟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ମହିଳାଙ୍କ ସୁରକ୍ଷା ସହ ଜଡିତ ଏହି ଅତିସମ୍ବେଦନଶୀଳ ମାମଲାକୁ ନେଇ ସାୱନ୍ତ ସରକାରଙ୍କ ଉପରେ ଉଠୁଛି ପ୍ରଶ୍ନ ଚିହ୍ନ ।

ଗତ ରବିବାର ଗୋଆର ଏକ ସମୁଦ୍ର କୂଳରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଘଟଣାକୁ ନେଇ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିଲା, ସେତେବେଳେ ଝିଅ ଏବଂ ସେମାନଙ୍କ ପରିବାରକୁ ଦାୟୀ କରିଥିଲେ ମୁଖ୍ୟମନ୍ତ୍ରୀ ।

#JeeneDo: ଗୋଆ ବେଳାଭୂମିରେ ଗଣଦୁଷ୍କର୍ମ, ମୁଖ୍ୟମନ୍ତ୍ରୀଙ୍କ ବୟାନ ବିରୋଧରେ ଉଠିଲା ସ୍ବର

କଣ କହିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ?

କଥିତ ରୂପେ ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନେ ଏତେ ରାତି ଯାଏଁ ସମୁଦ୍ର କୂଳରେ କାହିଁକି ଥିଲେ, ଏନେଇ ବାପା ମା'ଙ୍କୁ ଆତ୍ମ ମନ୍ଥନ କରିବାକୁ ପଡିବ । ଏହି ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ।

ବିଧାନସଭାରେ ଏହି ଘଟଣା ଉପରେ ଚର୍ଚ୍ଚା ସମୟରେ ପ୍ରମୋଦ ସାୱନ୍ତ କହିଛନ୍ତି, ଯଦି ୧୪ ବର୍ଷର ପିଲା ସାରା ରାତି ବିଚ୍‌ରେ ରହୁଛି, ତାହେଲେ ବାପା ମା'ଙ୍କୁ ଏହା ଉପରେ ବିଚାର କରିବାକୁ ପଡିବ । କାରଣ ପିଲାମାନେ ଶୁଣୁ ନାହାଁନ୍ତି, ଏଥିପାଇଁ କେବଳ ସରକାର ଓ ପୋଲିସ ଉପରେ ସବୁ ଦାୟିତ୍ବ ଲଦି ଦିଆଯାଇପାରିବ ନାହିଁ ।

ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ

ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଜାରି ରହିଛି ହଙ୍ଗାମା । ଗୋଆ ପ୍ରଦେଶ କଂଗ୍ରେସ ମୁଖପାତ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଉପକୂଳବର୍ତ୍ତୀ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ରାତିରେ ବାହାରେ ବୁଲିବାବେଳେ ଆମେ କାହିଁକି ଭୟଭୀତ ହେବା ଉଚିତ? ଅପରାଧୀମାନେ ଜେଲରେ ରହିବା ଦରକାର ଏବଂ ଆଇନ ମାନୁଥିବା ନାଗରିକମାନେ ବାହାରେ ମୁକ୍ତ ଭାବରେ ବୁଲିବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ବିରୋଧୀ ଦାବି କରିଥିଲେ ।

ପ୍ରଶ୍ନ ଘେରରେ ଗୋଆ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଆଇନ ଶୃଙ୍ଖଳା

ଗୋଆ ବେଳାଭୂମିରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ଚାରିଆଡେ ବିରୋଧ କରାଯାଉଛି। ଗୋଆ ମହିଳା କଂଗ୍ରେସ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପ୍ରଦର୍ଶନ କରି ଇସ୍ତଫା ଦାବି କରିଛି। ଗୋଆ ମହିଳା କଂଗ୍ରେସ ଅଧ୍ୟକ୍ଷା ବୀନା ନାଏକ କହିଛନ୍ତି ଯେ ଗୋଆ ଏକ ଶାନ୍ତିପ୍ରିୟ ରାଜ୍ୟ, କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ହେବା ଦିନଠାରୁ ଗୋଆରେ ଭୟର ବାତାବରଣ ରହିଛି। ରାଜ୍ୟରେ ଅପରାଧୀମାନେ ନିର୍ଭୟରେ ବୁଲୁଛନ୍ତି । ମହିଳାଙ୍କ ବିରୋଧରେ ହତ୍ୟା ଭଳି ଗୁରୁତର ଅପରାଧର ଯାଞ୍ଚ କରାଯାଉ ନାହିଁ । ଆମ ଆଦମୀ ପାର୍ଟି ନେତା ଅନୁରାଧା ଗାୱଡେଙ୍କ ଅନୁଯାୟୀ ଗୋଆରେ ଗୋଟିଏ ସପ୍ତାହରେ ହାରାହାରି 4 ଜଣ ମହିଳାଙ୍କ ବିରୋଧରେ ଅପରାଧ ନେଇ ମାମଲା ରୁଜୁ ହେଉଛି। ଗୋଆରେ ମହିଳାମାନେ ସୁରକ୍ଷିତ କି ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି ।

ପ୍ରଶ୍ନ ଉଠାଇଲେ ଗୋଆର କାର୍ଯ୍ୟରତ ମହିଳା

କାର୍ଯ୍ୟରତ ମହିଳାମାନେ ଗୋଆର ଆଇନ ଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଗୋଆର ପ୍ରତୀଭା ବୋରକର ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରିବା ସହ କହିଛନ୍ତି ଯେ ଅପରାଧୀଙ୍କ ମଧ୍ୟରେ ଆଇନ ପ୍ରତି ଭୟ ରହିବା ଉଚିତ ଏବଂ ଗୃହମନ୍ତ୍ରୀ ଭାବରେ ଗୋଆରେ ଆଇନ ଶୃଙ୍ଖଳା ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି। ଏହା ହେଉଛି ସରକାରଙ୍କ ନୈତିକ ଦାୟିତ୍ବ ।

ଗୋଆର କାର୍ଯ୍ୟରତ ମହିଳାମାନେ ସେମାନଙ୍କ ସୁରକ୍ଷା ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ପ୍ରିୟା ରାଠୋର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରି କହିଛନ୍ତି ଯେ ଆଜିର ଯୁଗରେ ମହିଳାମାନେ ଯେକୌଣସି ପୋଷାକ ପିନ୍ଧି ପାରିବେ ଏବଂ ବୁଲାବୁଲି କରିପାରିବେ । ଆଜି ଅନେକ ମହିଳା ଚାକିରୀ କିମ୍ବା କୌଣସି ନା କୌଣସି ବୃତ୍ତି ସହିତ ଜଡିତ ଅଛନ୍ତି ଯେଉଁଥିପାଇଁ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ପଡିବ। ଏହି ମହିଳାମାନଙ୍କୁ କିଏ ସୁରକ୍ଷା ଦେବ ?

କ’ଣ କହୁଛନ୍ତି ଗୋଆର ପର୍ଯ୍ୟଟକ ?

ଗୋଆ ଦେଶର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ । ଅଧିକାଂଶ ପର୍ଯ୍ୟଟକ କେବଳ ଭାରତ ନୁହେଁ ବିଦେଶରୁ ପ୍ରତିବର୍ଷ ଏଠାରେ ପହଞ୍ଚନ୍ତି। ଏଠାରେ ବହୁ ସଂଖ୍ୟକ ମହିଳା ମଧ୍ୟ ସେଠାରେ ଅଛନ୍ତି । ଗୋଆ ବେଳାଭୂମିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ପର୍ଯ୍ୟଟକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ସେମାମନଙ୍କର କହିବାନୁସାରେ, ଆଇନ ଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାର ଏବଂ ପୋଲିସର ଦାୟିତ୍ବ। ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ପାଇଁ ଏହା ନିତ୍ୟାନ୍ତ ଜରୁରୀ ।

ABOUT THE AUTHOR

...view details