ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଥମିବାକୁ ନାଁ ନେଉନାହିଁ । ଏହାରି ମଧ୍ୟରେ ସବୁଠୁ ଅଧିକ କ୍ଷତି ସହୁଛନ୍ତି ଛାତ୍ରାଛାତ୍ରୀ । ସ୍ଥଗିତ ହେଉଛି ଗୋଟିଏ ପରେ ଗୋଟିଏ ପରୀକ୍ଷା । ଏହି କ୍ରମରେ JEE ମେନ୍ ଏପ୍ରିଲ ପରୀକ୍ଷା ସ୍ଥଗିତ ପରେ ମେ 2021 ପରୀକ୍ଷା ମଧ୍ୟ ଘୁଞ୍ଚାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ନୋଟିସ ଜାରି କରି ଦିଆଯାଇଛି ସୂଚନା । ଏହାସହ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ମଧ୍ୟ ଟ୍ବିଟ କରି ପରୀକ୍ଷା ସ୍ଥଗିତ ହେବା ଖବର ଜଣାଇଛନ୍ତି ।
ମେ 2021 JEE ମେନ୍ ପରୀକ୍ଷା ସ୍ଥଗିତ, ସଂକ୍ରମଣ ଯୋଗୁଁ ଘୁଞ୍ଚିଲା ସେସନ - JEE ମେନ୍ ପରୀକ୍ଷା
JEE ମେନ୍ ଏପ୍ରିଲ ପରୀକ୍ଷା ସ୍ଥଗିତ ପରେ ମେ 2021 ପରୀକ୍ଷା ମଧ୍ୟ ଘୁଞ୍ଚାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ନୋଟିସ ଜାରି କରି ଦିଆଯାଇଛି ସୂଚନା । ଅଧିକ ପରଢୁ...
ମେ 2021 JEE ମେନ୍ ପରୀକ୍ଷା ସ୍ଥଗିତ, ସଂକ୍ରମଣ ଯୋଗୁଁ ଘୁଞ୍ଚିଲା ସେସନ
କୋରୋନାର ଦ୍ବିତୀୟ ଲହରୀ ଯୋଗୁଁ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ଶିକ୍ଷାନୁଷ୍ଠାନକୁ ମେ 2021ରେ ନିର୍ଦ୍ଧାରିତ ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ କରିବାକୁ ଅନୁରୋଧ କରିଥିଲା ।
ଉଚ୍ଚ ଶିକ୍ଷା ସଚିବ ଅମିତ ଖେର ଶିକ୍ଷାନୁଷ୍ଠାନକୁ ଅନୁରୋଧ କରି 2021ରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ସ୍ଥିଗିତ କରିବାକୁ କହିଥିଲେ । ଅନଲାଇନ ପରୀକ୍ଷା ଜାରି ରହିପାରେ ।