ଓଡିଶା

odisha

JEE Main 2023: ଆଜି ପ୍ରକାଶ ପାଇପାରେ JEE ମେନ୍‌ ପରୀକ୍ଷା ଫଳ

By

Published : Feb 6, 2023, 9:53 AM IST

Updated : Feb 6, 2023, 12:01 PM IST

ଆଜି ପ୍ରକାଶ ପାଇପାରେ ଜେଇଇ ମେନ ସେସନ-1 ପରୀକ୍ଷା ଫଳ । ଚଳିତ ବର୍ଷ ପରୀକ୍ଷା ଦେଇଥିଲେ 9 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଆଜି ପ୍ରକାଶ ପାଇପାରେ ଜେଇଇ ମେନ ପରୀକ୍ଷା ଫଳ । ଜାନୁଆରୀ 24ରୁ ଫେବୃଆରୀ 1 ଯାଏଁ ପରୀକ୍ଷା ହୋଇଥିଲା । NITs, IIITs, ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ବୈଷୟିକ ଅନୁଷ୍ଠାନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଇଞ୍ଜନିୟରିଂ ଆଡମିଶନ ପାଇଁ ପରୀକ୍ଷା ଦେଇଥିଲେ ପରୀକ୍ଷାର୍ଥୀ । ଯାହାର ଫଳ ଆଜି ପ୍ରକାଶ ପାଇପାରେ ବୋଲି ସୂଚନା ରହିଛି ।

ଚଳିତ ବର୍ଷ 9 ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଜେଇଇ ମେନ ସେସନ-1 ପାଇଁ ନାମ ପଞ୍ଜିକୃତ କରିଥିଲେ । ସେଥି ମଧ୍ୟରୁ ପ୍ରାୟ 8.9 ଲକ୍ଷ ପରିକ୍ଷାର୍ଥୀ ପେପର 1(ବିଇ/ବିଟେକ) ପାଇଁ ଏବଂ 0.46 ଲକ୍ଷ ପରୀକ୍ଷାର୍ଥୀ ପେପର 2(ବିଆର୍ଚ/ ବିପ୍ଲାନିଂ) ପାଇଁ ନାମ ପଞ୍ଜିକୃତ କରିଥିଲେ । ଜେଇଇ ମେନ ପରୀକ୍ଷା ପାଇଁ ଜାନୁଆରୀରେ ରେକର୍ଡ ସଂଖ୍ୟକ 95.8 ପ୍ରତିଶତ ପରୀକ୍ଷାର୍ଥୀ ନାମ ପଞ୍ଜିକୃତ କରିଥିଲେ । ଯାହା NTA ପରୀକ୍ଷା ଆୟୋଜନ କରିବା ପରଠୁ ରେକର୍ଡ ସଂଖ୍ୟକ ନାମ ପଞ୍ଜିକୃତ ହୋଇଥିଲା ।

ଦେଶରେ ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି ନାମ ଲେଖା ପାଇଁ ଜେଇଇ ମେନ ପରୀକ୍ଷା ଗତ ଜାନୁଆରୀ 24ରୁ ଫେବୃଆରୀ 1 ତାରିଖ ମଧ୍ୟରେ ହୋଇଥିଲା । ଯାହାର ଫଳ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଅଫିସିଆଲ୍ ୱେବସାଇଟରେ ଆଜି ଉପଲବ୍ଧ ହେବ । ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ଏବଂ ଆଇଆଇଟିଏସ ସହିତ ଅନ୍ୟାନ୍ୟ ଅନୁଷ୍ଠାନରେ ବିଇ ଓ ବିଟେକ ଆଡମିଶନ ପାଇଁ ଜେଇଇ ମେନ୍ ପରୀକ୍ଷା ଦେଇଥାନ୍ତି ଆଶାୟୀ ।

ଜାନୁଆରୀରେ ଜେଇଇ ମେନ ପରୀକ୍ଷା ନେଇ ଗତ ଡିସେମ୍ବର ମାସରେ ସୂଚୀ ପ୍ରକାଶ ପାଇଥିଲା । ଜାନୁଆରୀ 24ରୁ ଫେବୃଆରୀ 1 ପର୍ଯ୍ୟନ୍ତ ପ୍ରଥମ ସେସନ ପରୀକ୍ଷା ହୋଇଥିଲା । ଏହାର ଦ୍ବିତୀୟ ସେସନ ଏପ୍ରିଲରୁ ଆରମ୍ଭ ହେବ। ତେବେ ଚଳିତ ବର୍ଷ ଜେଇଇ ମେନ ପରୀକ୍ଷା ପ୍ରଥମ ଥର ପାଇଁ ଓଡିଆ ଭାଷାରେ ହୋଇଥିଲା। ଓଡ଼ିଆ ଭାଷାକୁ ମିଶାଇ ମୋଟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ଼, ମାଲାୟଲମ୍, ମରାଠି, ପଞ୍ଜୀବ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ପରୀକ୍ଷା ଦେଇଥିଲେ ଆଶାୟୀ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା ।

ଏକାଡେମିକ ସେସନ 2023-24 ପାଇଁ ଦୁଇଟି ସେସନରେ ଜେଇଇ ମେନ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ସେସନ ଜାନୁଆରୀରେ ହୋଇଥିବା ବେଳେ ଦ୍ବିତୀୟ ସେସନ ଏପ୍ରିଲ ମାସରେ ଅନୁଷ୍ଠିତ ହେବା ନେଇ NTAର ନିର୍ଦ୍ଦେଶକ ସାଧନା ପାରସାର ସୂଚନା ଦେଇଥିଲେ ।

Last Updated : Feb 6, 2023, 12:01 PM IST

ABOUT THE AUTHOR

...view details