ଓଡିଶା

odisha

ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଧରି ହସ୍ପିଟାଲରେ ପହଞ୍ଚିଲେ ବିଧାୟକ: କହିଲେ ଲାଇସେନ୍ସ ଅଛି ଏଇଟା ମୋ ଷ୍ଟାଇଲ୍‌

ପୁଣି ଚର୍ଚ୍ଚାରେ ବିହାର ବିଧାୟକ ଗୋପାଳ ମଣ୍ଡଳ । ହାତରେ ବନ୍ଧୁକ ଧରି ହସ୍ପିଟାଲରେ ପହଞ୍ଚିଲେ । କହିଲେ ଲାଇସେନ୍ସ ରଖିଛି ଏଇଟା ମୋ ଷ୍ଟାଇଲ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 4, 2023, 4:04 PM IST

Published : Oct 4, 2023, 4:04 PM IST

ହସ୍ପିଟାଲରେ ବନ୍ଧୁକ ଧରି ପହଞ୍ଚିଲେ ବିଧାୟକ, କହିଲେ, ‘ଲାଇସେନ୍ସ ଅଛି, ଏଇଟା ମୋ ଷ୍ଟାଇଲ୍‌’
ହସ୍ପିଟାଲରେ ବନ୍ଧୁକ ଧରି ପହଞ୍ଚିଲେ ବିଧାୟକ, କହିଲେ, ‘ଲାଇସେନ୍ସ ଅଛି, ଏଇଟା ମୋ ଷ୍ଟାଇଲ୍‌’

ହସ୍ପିଟାଲରେ ବନ୍ଧୁକ ଧରି ପହଞ୍ଚିଲେ ବିଧାୟକ

ପାଟନା:ନାତୁଣୀର ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ ବିଧାୟକ । ହେଲେ ହାତରେ ଥିଲା ରିଭଲଭର । ନିକଟରେ ସୁରକ୍ଷାକର୍ମୀ ଓ ଅଙ୍ଗରକ୍ଷୀ ମଧ୍ୟ ଥିଲେ । ହେଲେ ବିଧାୟକ ନିଜେ ହାତରେ ଦବଙ୍ଗ ଷ୍ଟାଇଲରେ ଏକ ରିଭଲଭର ଧରିଥିବା ଦେଖିବାକୁ ମିଳିଥିଲା । ବିହାର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କୁ ଆଜି ପାଟନାର ଜବାହାରଲାଲ ନେହେରୁ ମେଡିକାଲ କଲେଜ (JLNMCH)ରେ ଏପରି ଭାବେ ଦେଖିବାକୁ ମିଳିଛି । ହେଲେ ହସ୍ପିଟାଲ ପରି ଏକ ସର୍ବସାଧାରଣ ସ୍ଥାନରେ ହାତରେ ଏପରି ମାରଣାସ୍ତ୍ର ଧରିବା ପ୍ରଶ୍ନରେ ବିଧାୟକଙ୍କ ଉତ୍ତର ମଧ୍ୟ କିଛି ଦବଙ୍ଗଗିରି ଠାରୁ କମ ନଥିଲା । ତାଙ୍କର ଲାଇସେନ୍ସ ଅଛି । ସେ ଧରିବେ, ଏହା ତାଙ୍କର ଷ୍ଟାଇଲ ବୋଲି କହିଥିଲେ ବିଧାୟକ ଗୋପାଳ ।

ଭିଡିଓରେ ଦେଖିବାକୁ ମିଳିଥିବା ଦୃଶ୍ୟ ଅନୁସାରେ, ବିଧାୟକ ଓ ତାଙ୍କର ସୁରକ୍ଷାକର୍ମୀ ହସ୍ପିଟାଲ ଭିତରେ ଛିଡା ହୋଇଛନ୍ତି । ବିଧାୟକ ଗୋପାଳ ମଣ୍ଡଳ ନିଜେ ହାତରେ ଏକ ରିଭଲଭର ଧରିଛନ୍ତି । କିଛି ହସ୍ପିଟାଲ କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏ ସମ୍ପର୍କରେ ଗୋପାଳ କହିଥିଲେ,‘‘ଆମର ଅନେକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଅଛି, ସେଥିପାଇଁ ଆମେ ଅସ୍ତ୍ରଶସ୍ତ୍ର ରଖୁଛୁ । ଏହା ପାଇଁ ଲାଇସେନ୍ସ ମଧ୍ୟ ଅଛି । ଅତୀତରେ ଅପରାଧୀମାନେ ମୋ ପଛରେ ପଡିଥିଲେ ଏବଂ ସେଥିପାଇଁ ମୁଁ ଅସ୍ତ୍ରଶସ୍ତ୍ର ରଖିଥିଲି । ବର୍ତ୍ତମାନ ରାଜନୈତିକ ପ୍ରତିଦ୍ବନ୍ଦ୍ବୀମାନେ ପଛରେ ଅଛନ୍ତି । ସେମାନେ ଜାଣନ୍ତି ଯେ ମୁଁ ଆଗାମୀ ନିର୍ବାଚନରେ ​​ସାଂସଦ ହେବାକୁ ଯାଉଛି ଏବଂ ତେଣୁ ସେମାନେ ମୋ ପଛରେ ପଡିଛନ୍ତି । ମୁଁ ଆତ୍ମରକ୍ଷା ପାଇଁ ମୋ ହାତରେ ରିଭଲଭର ଧରିଛି । ’’

ଏହା ମଧ୍ୟ ପଢନ୍ତୁ :- OTP Sharing Scam: ଖୋଲିବ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ଗୁମର, PIO ଏଜେଣ୍ଟକୁ ରିମାଣ୍ଡରେ ନେଲା ଓଡିଶା STF

ସେହିପରି ଲାଇସେନ୍ସ ଥିଲେ ସୁଦ୍ଧା ହସ୍ପିଟାଲ ପରି ସାଧାରଣ ସ୍ଥାନରେ ହାତରେ ଏହାକୁ ଧରିବା ସମ୍ପର୍କିତ ପ୍ରଶ୍ନରେ ଗୋପାଳ କହିଛନ୍ତି, ଏହା ହାତରେ ଧରିବା ଉପକରଣ, ଭିତରେ ରଖିବା ନୁହେଁ । ତାଙ୍କର ଏହି ଷ୍ଟାଇଲକୁ ତାଙ୍କ ସମର୍ଥକମାନେ ପସନ୍ଦ କରନ୍ତି । ଦୁଇଦିନ ତଳେ ପ୍ରକାଶ ପାଇଥିବା ବିହାର ଜାତିଭିତ୍ତିକ ଜନଗଣନା ରିପୋର୍ଟକୁ ଇସାରା କରି ଗୋପାଳ କହିଥିଲେ, ଏହି ରିପୋର୍ଟରୁ ସ୍ପଷ୍ଟ ଯେ, ତାଙ୍କ ଜାତିବର୍ଗର ଭୋଟର ରାଜ୍ୟରେ ସର୍ବାଧିକ । ସେମାନେ ତାଙ୍କୁ ନିଶ୍ଚୟ ଏଥର ସାଂସଦ ଭାବେ ନିର୍ବାଚିତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details