ବେଙ୍ଗାଲୁରୁ:ଜେଡିଏସ ସାଂସଦ ପ୍ରଜ୍ଵଳ ରେଭନ୍ନାଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା । ପ୍ରଜ୍ବଳଙ୍କ ହାସନ ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ ପଦକୁ ଶୁକ୍ରବାର ରଦ୍ଦ କରିଛନ୍ତି ହାଇକୋର୍ଟ । ନିର୍ବାଚନ ଆୟୋଗ (EC)କୁ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆବେଦନକାରୀ ଏ ମଞ୍ଜୁଙ୍କ ଦ୍ବାରା କୋର୍ଟରେ ଆବେଦନ ହୋଇଥିବା ବେଳେ ଏହି ମାମଲାର ଶୁଣାଣି କରି ଜଷ୍ଟିସ କେ ନଟରାଜନ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଲୋକସଭାରେ ଜେଡିଏସରୁ ପ୍ରଜ୍ବଳ ଜଣେ ମାତ୍ର ସାଂସଦ ଥିଲେ ।
ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ପ୍ରତିଦ୍ବନ୍ଦୀ ଏ ମଞ୍ଜୁ ଓ ଆଇନଜୀବୀ ଜି ଦେବରାଜ ଗୌଡ଼ଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା । ଏ ମଞ୍ଜୁ ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ଏବଂ ପ୍ରଜ୍ବଳ ରେଭନ୍ନା ତାଙ୍କୁ ମାତ୍ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଏ ମଞ୍ଜୁ ଜେଡିଏସ ଦଳରେ ସାମିଲ ହୋଇଥିଲେ । ଅରକାଲଗୁଡୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏ ମଞ୍ଜୁ ଜେଡିଏସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଏହା ବି ପଢନ୍ତୁ- 'ମୋଦି ପୁଣି ପ୍ରଧାନମନ୍ତ୍ରୀ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି'