ଓଡିଶା

odisha

ETV Bharat / bharat

ବଦଳିଲା ଭାଗ୍ୟ, ଖନନ ବେଳେ ହୀରା ପାଇଲେ ଜେସିବି ଡ୍ରାଇଭର - ମଧ୍ୟପ୍ରଦେଶର ହୀରାନାଗରୀ

ବଦଳିଲା ଜେସିବି ଡ୍ରାଇଭରଙ୍କ ଭାଗ୍ୟ । ମାଟି ଖୋଳୁ ଖୋଳୁ ମିଳିଲା ମୂଲ୍ୟବାନ ହୀରା । ଅଧିକ ପଢନ୍ତୁ

ବଦଳିଲା ଭାଗ୍ୟ, ଖୋଦନ ବେଳେ ହୀରା ପାଇଲେ ଜେସିବି ଡ୍ରାଇଭର
ବଦଳିଲା ଭାଗ୍ୟ, ଖୋଦନ ବେଳେ ହୀରା ପାଇଲେ ଜେସିବି ଡ୍ରାଇଭର

By

Published : Sep 25, 2022, 7:39 AM IST

ଭୋପାଳ: ମଧ୍ୟପ୍ରଦେଶର ହୀରାନାଗରୀ ପନ୍ନାରେ କାହାର ଭାଗ୍ୟ କେତେବେଳେ ଉଜ୍ଜ୍ବଳ ହେବ ତାହା କେହି ଅନୁମାନ କରିପାରିବେ ନାହିଁ । କିନ୍ତୁ କଠିନ ପରିଶ୍ରମ ସହିତ ଭାଗ୍ୟକୁ ପରିବର୍ତ୍ତନ କରାଯାଇପାରିବ, ଏହା ପନ୍ନା ଜିଲ୍ଲାରେ ପ୍ରମାଣିତ ହୋଇଛି । ମାଟି ଖୋଳୁ ଖୋଳୁ ହୀରା ପାଇଛନ୍ତି ଜେସିବି ଡ୍ରାଇଭର । ଆଉ କ୍ଷଣିକ ମଧ୍ୟରେ ହୋଇଛି କୋଟିପତି ।

ଉତ୍ତରପ୍ରଦେଶର ଫତେହପୁରର ବାସିନ୍ଦା ଅତର ସିଂ ବୃତ୍ତିରେ ଜଣେ ଜେସିବି ଡ୍ରାଇଭର । ତାଙ୍କର ଜଣେ ବନ୍ଧୁ ପନ୍ନା ଜିଲ୍ଲାରେ ହୀରା ଖଣି ସମ୍ପର୍କରେ ତାଙ୍କୁ ସୂଚନା ଦେଇଥିଲେ । ଏହା ପରେ ଅତର ସିଂ ଲଗାତାର ୩ ବର୍ଷ ପାଇଁ ପନ୍ନା ଜିଲ୍ଲାର ପଟି ବାଜରିଆରେ ଖୋଦନ ଆରମ୍ଭ କରିଥିଲେ, କିନ୍ତୁ ସେ ହୀରା ପାଇନଥିଲେ । ଆଜି ଯେତେବେଳେ ଅତର ସିଂ ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ଶେଷ ଥର ପାଇଁ ଖୋଦେଇ କରିଥିଲେ । ଭାଗ୍ୟ ପରୀକ୍ଷା ସେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ଆଜି ତାଙ୍କୁ 0.60 ସେଣ୍ଟର ଉଜ୍ଜ୍ବଳ ହୀରା ମିଳିଛି ।

ଏହା ବି ପଢନ୍ତୁ- ପ୍ରିନ୍ସିପାଲଙ୍କ ଉପରେ ଛାତ୍ରଙ୍କ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଏହା ଦେଖି ଅତରଙ୍କ ଖୁସିର କୌଣସି ସୀମା ରହିନଥିଲା । ଏହାପରେ ସେ ହୀରାକୁ ହୀରା କାର୍ଯ୍ୟାଳୟରେ ଜମା କରିଛନ୍ତି । ତାଙ୍କ ମନୋବଳ ଭାଙ୍ଗି ଯାଇଥିବା ବେଳେ ଈଶ୍ବର ତାଙ୍କୁ ଏହି ହୀରା ଦେଇଛନ୍ତି । ତେଣୁ ସେ ଭବିଷ୍ୟତରେ ଅଧିକ ପରିଶ୍ରମ କରିବେ ଏବଂ ଯଦି ଭଗବାନ ପ୍ରସନ୍ନ ହୁଅନ୍ତି, ତେବେ ସେ ଏକ ବଡ଼ ହୀରା ପାଇବେ ବୋଲି କହିଛନ୍ତି । ଅନ୍ୟପଟେ ହୀରା ବିଶେଷଜ୍ଞଙ୍କ ଅନୁଯାୟୀ ଏହା ରତ୍ନ ଗୁଣର ହୀରା, ଯାହା କ୍ବଚିତ ମିଳିଥାଏ । ଆଗାମୀ ନିଲାମର ଏହି ହୀରା ରଖାଯିବ ।

ABOUT THE AUTHOR

...view details