ଓଡିଶା

odisha

By

Published : Feb 26, 2023, 10:50 AM IST

ETV Bharat / bharat

ଛତିଶଗଡରେ ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଯବାନ ଶହୀଦ

ଛତିଶଗଡରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଯବାନ ଶହୀଦ । ଗତକାଲି ଏନକାଉଣ୍ଟରେ 3 ଯବାନଙ୍କ ଜୀବନ ନେଇଥିଲେ ନକ୍ସଲ । ଅଧିକ ପଢନ୍ତୁ

Etv Bharat
Etv Bharat

ରାୟପୁର:ଛତିଶଗଡରେ ଲାଲବାହୀନିଙ୍କ ବର୍ବରକାଣ୍ଡ । ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଜଣେ ପୋଲିସ କର୍ମୀ ଶହୀଦ । ଛତିଶଗଡର ନାରାୟଣପୁରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ନକ୍ସଲ ଗୁଳିରେ 3 ଜଣ ପୋଲିସ କର୍ମୀଙ୍କ ମୃତ୍ୟୁକୁ 24 ଘଣ୍ଟା ନପୁରୁଣୁ ପୁଣି ଜଣେ ଶହୀଦ ହୋଇଛନ୍ତି । ଶହୀଦ ପୋଲିସ କର୍ମଚାରୀ ଜଣଙ୍କ ହେଡ କନେଷ୍ଟବଳ ହୋଇଥିବା ନାରାୟଣପୁର ଏସପି ପୁସ୍କର ଶର୍ମା ସୂଚନା ଦେଇଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଚଳିତ ମାସରେ ଛତିଶଗଡରେ ବହୁ ପୋଲିସ କର୍ମୀଙ୍କ ଜୀବନ ନେଇଛନ୍ତି ନକ୍ସଲ । କେତେବେଳେ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତ ଆଉ କେତେବେଳେ ଘରେ ପଶି ଗଳାକାଟି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ଗତକାଲି ନକ୍ସଲଙ୍କ ଗୁଳିରେ 3 ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ସୂଚନା ମିଳିଥିଲା । ଛତିଶଗଡର ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ବେଳେ ଏଏସଆଇ ରାମୁରାମ ନାଗ, ଆସିଷ୍ଟାଣ୍ଟ କନଷ୍ଟେବଳ କୁଞ୍ଜାମ ଯୋଗା ଏବଂ ସୈନିକ ଭଞ୍ଜମ ଭୀମା ଶହୀଦ ହୋଇଥିଲେ । ଏହି ଘଟଣାକୁ 24 ଘଣ୍ଟା ନପୁରୁଣୁ ପୁଣି ନିଜର ଦବାଦବା ଜାହାରି କରିଛନ୍ତି ନକ୍ସଲ ।

ହେଡ କନେଷ୍ଟବଳଙ୍କୁ ଘରେ ପଶି ହତ୍ୟା : ଗତ 21 ତାରିଖରେ ଜଣେ ହେଡ କନେଷ୍ଟବଳଙ୍କୁ ଘରେ ପଶି ହତ୍ୟା କରିଥିଲେ ନକ୍ସଲ । ବିଜାପୁର ଜିଲ୍ଲା ଭୈରମଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ କାଦେନାର ଠାରେ ପୋଲିସ କର୍ମୀଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ହତ୍ୟା କରାଯାଇଥିବା ହେଡ କନେଷ୍ଟବଳ ହେଲେ ପିଣ୍ଡିରାମ ଭେଟି । ସେ ତାଙ୍କ ଭାଇଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନ୍ୟ ଏକ ଗ୍ରାମକୁ ଯାଇ ଫେରୁଥିବା ବେଳେ ନକ୍ସଲମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ।

ନକ୍ସଲଙ୍କ ଗୁଳିରେ ଦୁଇ ଯବାନ ଶହୀଦ :ସେହିପରି ଚଳିତ ମାସରେ ଛତିଶଗଡର ରାଜନନ୍ଦଗାଓଁରେ ନକ୍ସଲଙ୍କ ଗୁଳିରେ ଦୁଇ ଯବାନ ଶହୀଦ ହୋଇଥିଲେ । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋଣ୍ଡିଆ ମହାରାଷ୍ଟ୍ରର ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବାବେଳେ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ । ଦୁଇ ଶହୀଦ ଯବାନ ହେଲେ ହାବିଲଦାର ରାଜେଶ ଏବଂ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଲଲିତ । ଚେକି ପୋଷ୍ଟରେ ଚେକିଂ ଜାରି ରହିଥିବା ବେଳେ ନକ୍ସଲ ଆସି ହଠାତ୍‌ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଯବାନ ଟଳି ପଡିଥିଲା । ଏନେଇ ସୂଚନା ପାଇବା ମାତ୍ରେ ଏକ ସ୍ବତନ୍ତ୍ର ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇ ସର୍ଚ୍ଚ ଅରେସନ ଆରମ୍ଭ ହୋଇଥିଲା ।

ଆଇଡି ବିସ୍ଫୋରଣ: ଗତ ଜାନୁଆରୀ 12 ତାରିଖରେ ଝାଡ଼ଖଣ୍ଡର ଚାଇବସା ସହରରେ ଆଇଡି ବିସ୍ଫୋରଣ ହୋଇଥିଲା । ନକ୍ସଲଙ୍କ ଦ୍ବାରା ଆଇଡି ବିସ୍ଫୋରଣ ହୋଇଥିବା କୁହାଯାଉଥିବା ବେଳେ 3 ଜଣ ସିଆରପିଏଫଯବାନ ଆହତ ହୋଇଥିଲେ । ଏହାପରେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ABOUT THE AUTHOR

...view details