ହାଇଦ୍ରାବାଦ:ସାଧାରଣତ ଭାରତୀୟଙ୍କ ଉଚ୍ଚତା 5 ରୁ 6 ଫୁଟ ମଧ୍ୟରେ ରହିଥାଏ । କିନ୍ତୁ ଆପଣ କେବେ 7.5 ଫୁଟ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ? ତେଲେଙ୍ଗାନାର କୋଥାଗୁଡେମ୍ ଜିଲ୍ଲାର ଭଦ୍ରଦ୍ରୀରେ ନିୟୋଜିତ ଭାରତୀୟ ସେନାର ଜଣେ ଉଚ୍ଚତା ବିଶିଷ୍ଟ ଯବାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଜଣେ ଆର୍ମୀ ଯବାନ ଶୈଳ (Sail) ଙ୍କୁ ନେଇ ଏବେ ଚର୍ଚ୍ଚା।
ଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ - ଉଚ୍ଚତା ପାଇଁ ଚର୍ଚ୍ଚାରେ ଭାରତୀୟ ଯବାନ
ଉଚ୍ଚତା ପାଇଁ ଚର୍ଚ୍ଚାରେ ଯବାନ, ସେଲ୍ଫି ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ । ତେଲେଙ୍ଗାନାର କୋଥାଗୁଡେମ୍ ଜିଲ୍ଲାର ଭଦ୍ରଦ୍ରୀରେ ନିୟୋଜିତ ଭାରତୀୟ ସେନାର ଜଣେ ଉଚ୍ଚତା ବିଶିଷ୍ଟ ଯବାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ତାଙ୍କର ଏହି ଉଚ୍ଚତା କାରଣରୁ ତାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । କେବଳ ଦେଖିବା ନୁହେଁ, ସ୍ମାର୍ଟ ଫୋନ ଯୁଗରେ ଲୋକେ ଶୈଳଙ୍କ ସହ ସେଲ୍ଫି ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ସ୍ଥାନୀୟ ଗ୍ରମବାସୀ ଯବାନ ଶୈଳଙ୍କ ସହ ଫଟୋ ଉଠାଇ ପୋଷ୍ଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ 7.5 ଫୁଟ ଉଚ୍ଚତା ବିଶିଷ୍ଟ ଶୈଳ ନିଜର ଲମ୍ବା ଉଚ୍ଚତା ପାଇଁ ଭିଡରେ ମଧ୍ୟ ବାରି ହୋଇପଡିବା ସହ ଖୁବ ଦୂରରୁ ମଧ୍ୟ ସହଜରେ ନଜର ଆସୁଛନ୍ତି । ଶୈଳ ଭାରତୀୟ ସେନାରେ ଜଣେ ଯବାନ ଭାବେ ଏବେ କାଶ୍ମୀରରେ କାର୍ଯ୍ୟରତ ଥିଲେ । ତେଲେଙ୍ଗାନା ବନ୍ୟାରେ ତାଙ୍କୁ ନିୟୋଜିତ କରାଯାଇଥିବାରୁ ସେ ଏବେ ତେଲେଙ୍ଗାନା ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ