ନୂଆଦିଲ୍ଲୀ:ଭାରତ ଓ ଜାପାନ ଦ୍ବିପାକ୍ଷିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ(Japanese Prime Minister Fumio Kishida) ଶୁଭେଚ୍ଛା ବାର୍ତ୍ତା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହିନ୍ଦୀରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଜାପାନ ପ୍ରଧାନମନ୍ତ୍ରୀ କିଶିଦା । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ପ୍ରଦାନ କରିଥିବା ଆତିଥ୍ୟକୁ ହୃଦୟର ସହ ଧନ୍ୟବାଦ ଜଣାଉଛି ବୋଲି ସେ ଟ୍ବିଟରେ ଲେଖିଛନ୍ତି ।
ସେହିପରି ୭୦ ବର୍ଷ ପୂର୍ବେ ଭାରତ ଓ ଜାପାନ ମଧ୍ଯରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ସହ ବନ୍ଧୁତ୍ବର ଏକ ନୂତନ ଇତିହାସ ସୃଷ୍ଟି ହୋଇଥିଲା ବୋଲି ସେ ଲେଖିଛନ୍ତି । ଏଥିସହ ବନ୍ଧୁତ୍ବରେ ମୋଦି ନୂଆ ଇତିହାସ କରିଛନ୍ତି ବୋଲି କିଶିଦା କହିଛନ୍ତି ।