ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଭାରତ-ଜାପାନ 14ତମ ବାର୍ଷିକ ସମ୍ମିଳନୀରେ ସାମିଲ ହେବା ପାଇଁ ସେ ମାର୍ଚ୍ଚ 19ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ସୂଚନା ଦେଇଛି ବୈଦେଶିକ ବ୍ୟପାର ମନ୍ତ୍ରଣାଳୟ ।
ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ମାର୍ଚ୍ଚ 19 ରେ ଭାରତ-ଜାପାନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମାର୍ଚ୍ଚ 19-20 ଦୁଇ ଦିନ 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି । ଗତ ବାର୍ଷିକ ଶିଖର ସମ୍ମିଳନୀ 2018 ରେ ଟୋକିଓରେ ହୋଇଥିବାବେଳେ ଚଳିତଥର ଏହାର ଆୟୋଜନ ନୂଆଦିଲ୍ଲୀରେ ହେଉଛି ।