ଓଡିଶା

odisha

By

Published : Jan 31, 2022, 10:04 PM IST

ETV Bharat / bharat

ଉଡାଣ ଭରିବା ପରେ ଜାପାନ ଯୁଦ୍ଧ ବିମାନ ନିଖୋଜ

ଉଡାଣ ଭରିବା ପରେ ନିଖୋଜ ଜାପାନ ବାୟୁସେନାର ଯୁଦ୍ଧ ବିମାନ । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ଟେକ-ଅଫ ପରେ ନିଖୋଜ ଜାପାନ ଯୁଦ୍ଧ ବିମାନ
ଟେକ-ଅଫ ପରେ ନିଖୋଜ ଜାପାନ ଯୁଦ୍ଧ ବିମାନ

ଟୋକିଓ:ଟେକ-ଅଫ ପରେ ଜାପାନ ବାୟୁସେନାର ଏକ ଯୁଦ୍ଧ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦ୍ରୀୟ ଜାପାନରେ ଥିବା ଏକ ଏୟାର-ବେସରୁ ଉଡାଣ ଭରିବାର କିଛି ସମୟ ପରେ ବିମାନ ସହ ରାଡାରର ଯୋଗାଯୋଗ ବିଛିନ୍ନ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ବିମାନର କୌଣସି ସୂଚନା ମିଳିନଥିବା ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, ଏୟାର-ବେସଠାରୁ ଉତ୍ତର-ପଶ୍ଚିମ ଦିଗରେ ଜାପାନ ସମୁଦ୍ର ଉପରେ ସ୍ଥାନୀୟ ସମୟ ରାତି ପ୍ରାୟ 5.30 ସମୟରେ ବିମାନଟି ଉଡୁଥିବା ବେଳେ ଶେଷ ଥର ପାଇଁ ରାଡାର ସହ ଯୋଗାଯୋଗରେ ଥିଲା । ଏବେ ସୁଦ୍ଧା ମଧ୍ୟ ବିମାନ ସହ ଯୋଗାଯୋଗ ପ୍ରୟାସ କରାଯାଉଥିବା ବେଳେ ତାହା ସମ୍ଭବ ହୋଇପାରିନାହିଁ ।

ଦୁଇଟି ଇଞ୍ଜିନ ବିଶିଷ୍ଟ ଏହି ଅତ୍ୟାଧୁନିକ ବିମାନକୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦୁଇ ପାଇଲଟ ଉଡାଉଥିଲେ । ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଥିବା ବେଳେ ସର୍ଚ୍ଚ ଅପରେସନ ଶେଷ ହୋଇ ନଥିବାରୁ ସରକାରୀ ଭାବେ କିଛି ପ୍ରକାଶ କରାଯାଇନାହିଁ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ଜାପାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ନିଖୋଜ ବିମାନ F-15 ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଏହା ସବୁ ପାଗରେ ଉଡାଣ ଭରିବାର କ୍ଷମତା ରଖିଛି । ଏହି ମଡେଲର ବିମାନ ଜାପାନ ଏୟାର ସେଲଫ୍ ଡିଫେନ୍ସ ଫୋର୍ସ (JASDF) ର ଏକ ପ୍ରମୁଖ ବିମାନ ଭାବେ ନିୟୋଜିତ ହୋଇଛି । ତେବେ ଏହି ଅତ୍ୟାଧୁନିକ ବିମାନ ନିଖୋଜ ହେବା ଅନେକ ପ୍ରଶ୍ନ ସୃଷ୍ଚି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details