ଓଡିଶା

odisha

ETV Bharat / bharat

ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ - ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପିଏମ ଫୁମିଓ କିଶିଡ଼ା

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା 14 ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ପାଇଁ ଆଜି(ଶନିବାର) ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ଭାରତରେ ପହଁଞ୍ଚିବା ପରେ ଫୁମିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅଧିକ ପଢ଼ନ୍ତୁ

Japan PM Fumio Kishida begins Two-day India visit from today
Japan PM Fumio Kishida begins Two-day India visit from today

By

Published : Mar 19, 2022, 11:55 AM IST

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା 14 ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ପାଇଁ ଆଜି(ଶନିବାର) ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ । ଭାରତରେ ପହଁଞ୍ଚିବା ପରେ ଫୁମିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମାର୍ଚ୍ଚ 19 ରୁ 20 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କିଶିଦାଙ୍କ ଏହା ପ୍ରଥମ ଗସ୍ତ ହେବ। ଏହାସହ ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହେବ। ସମ୍ମିଳନୀରେ ଦ୍ବିପାକ୍ଷିକ ସହଯୋଗର ସମୀକ୍ଷା ସହିତ ପାରସ୍ପାରିକ ସ୍ବାର୍ଥର ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ ପାଇଁ ଏକ ସୁଯୋଗ ପ୍ରଦାନ କରିବ।

ଯାହା ଦ୍ବାରା ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ସହଭାଗିତାକୁ ଆଗକୁ ବଢ଼ାଇବ। କାରଣ "ସ୍ପେଶାଲ୍ ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପ୍"ର ଆଭିମୁଖ୍ୟ ମଧ୍ୟରେ ଭାରତ ଏବଂ ଜାପାନର ବହୁମୁଖୀ ସହଯୋଗ ରହିଛି | ସୂଚନାନୁସାରେ ଜାପାନ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଅକ୍ଟୋବର 2021 ରେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଫୋନରେ କଥା ହୋଇଥିଲେ । 2014 ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜାପାନ ଗସ୍ତ ପର ଠାରୁ ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିଆଯାଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ଅତୁଳନୀୟ ଅଗ୍ରଗତି ହୋଇଛି।

ସେତେବେଳେ ସିଞ୍ଜୋ ଆବେ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଅକ୍ଟୋବର 2018 ରେ ଭାରତ ଏବଂ ଜାପାନ ଏକ ଡିଜିଟାଲ୍ ପାର୍ଟନରସିପ୍ ସ୍ୱାକ୍ଷର କରିଥିଲେ। ଭାରତରେ ଟେକ୍ନୋଲୋଜି ଷ୍ଟାର୍ଟଅପରେ ବିନିଯୋଗ କରିବା ପାଇଁ ଭାରତ ଏବଂ ଜାପାନ ଏକ ଘରୋଇ କ୍ଷେତ୍ରଚାଳିତ ପାଣ୍ଠି ମଧ୍ୟ ଆରମ୍ଭ କରିଛନ୍ତି, ଯାହା ଏପର୍ଯ୍ୟନ୍ତ 100 ମିଲିୟନ୍ ଡଲାର ସଂଗ୍ରହ କରିଛି । ବର୍ତ୍ତମାନ ଭାରତରେ 1455 ଟି ଜାପାନୀ କମ୍ପାନୀ ଅଛି ।

For All Latest Updates

TAGGED:

ABOUT THE AUTHOR

...view details