ରାଞ୍ଚି: ଆଉ ନାହାନ୍ତି ଦେଶର ଷ୍ଟିଲ ମ୍ୟାନ ଜମସେଦ ଜେ ଇରାନୀ । ପୂର୍ବତନ ଟାଟା ଷ୍ଟିଲ ଏମଡି ତଥା ପଦ୍ମଭୂଷଣ ଜମସେଦ ଜେ ଇରାନୀ ତଥା ଦେଶରେ ଷ୍ଟିଲ ମ୍ୟାନଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା । ପତ୍ନୀ ଡାଇସି ଏବଂ ତିନି ପିଲାଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଦେଶର ଇସ୍ପାତ ପୁରୁଷ ।
ଷ୍ଟିଲ ମ୍ୟାନଙ୍କ ବିୟୋଗରେ ଟାଟା ଷ୍ଟିସ ଦୁଃଖ ପ୍ରକାଶ କରି ଟ୍ବିଟ କରି କହିଛି, ''ପଦ୍ମଭୂଷଣ ଜମସେଦ ଜେ ଇରାନୀଙ୍କ ବିୟୋଗରେ ଆମେ ମର୍ମାହତ ଏବଂ ଦୁଃଖିତ । ସେ ଦେଶର ଇସ୍ପାତ ପୁରୁଷ ବା ଷ୍ଟିଲ୍ ମ୍ୟାନ ଭାବେ ପରିଚିତ । ଟାଟା ଷ୍ଟିଲ୍ ପରିବାର ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।'' ଜୁଲାଇ 2011ରେ ଟାଟା ଷ୍ଟିଲ ବୋର୍ଡରୁ ଅବସର ନେଇଥିଲେ । ଚାରି ଦଶନ୍ଧୀ ଧରି ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି । ୧୯୬୩ରେ ବ୍ରିଟିଶ ଆଇରନ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନର ବରିଷ୍ଠ ସାଇଣ୍ଟିଫିକ୍ ଅଫିସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।