ଓଡିଶା

odisha

ETV Bharat / bharat

ଜମ୍ମୁ କଶ୍ମୀରରେ ଭୂସ୍ଖଳନ, ମୁଖ୍ୟ ରାସ୍ତା ବନ୍ଦ - ଜମ୍ମୁକଶ୍ମୀରରେ ଭୂସ୍ଖଳନ

ଜମ୍ମୁକଶ୍ମୀର ନାଚାଲାନର ଜାତୀୟ ରାଜପଥରେ ଭୂସ୍ଖଳନ । ଭୁସ୍ଖଳନ ହେତୁ ମୁଖ୍ୟ ରାସ୍ତା ଉପରେ ପଡ଼ି ରହିଛି ବଡ଼ବଡ଼ ପଥର। ଅଧିକ ପଢ଼ନ୍ତୁ

jammu-srinagar-national-highway-closed-due-to-land-slide
jammu-srinagar-national-highway-closed-due-to-land-slide

By

Published : Mar 10, 2022, 3:28 PM IST

ଶ୍ରୀନଗର:ଜମ୍ମୁ କଶ୍ମୀର ନାଚାଲାନର ଜାତୀୟ ରାଜପଥରେ ଭୂସ୍ଖଳନ । ଭୂସ୍ଖଳନ ହେତୁ ମୁଖ୍ୟ ରାସ୍ତା ଉପରେ ପଡ଼ି ରହିଛି ବଡ଼ବଡ ପଥର । ସମ୍ପୃକ୍ତ ରାସ୍ତାଟି ଜମ୍ମୁକଶ୍ମୀର ଭେଲି ଏବଂ ମୁଖ୍ୟ ସଡ଼କକୁ ସଂଯୋଗ କରିଛି । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଏହି ଘଟଣା ପରେ ସେହି ବାଟ ଦେଇ ଯାତାୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏହାସହ ଯେ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ନଆସିଛି ସେତେ ପର୍ଯ୍ୟନ୍ତ ଲୋକ ମାନଙ୍କୁ ମଧ୍ୟ ସେଠାକୁ ଯିବାକୁ ମନା କରାଯାଇଛି ।

ଘଟଣାସ୍ଥଳରେ ଜମ୍ମୁକଶ୍ମୀରର ଟ୍ରାଫିକ ପୋଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନାରୁ ପ୍ରକାଶ । ଏସଏସପି ଟ୍ରାଫିକ (ଜାତୀୟ ରାଜପଥ) ଶବୀର ମଲିକ କହିଛନ୍ତି, ସୋମବାର ଭୋର 3ଟା.30 ମି. ସମୟରେ ଉଦ୍ଧମପୁରର ସାମ୍ରୋଲି ଅଞ୍ଚଳର ଡିୱାଲ ବ୍ରିଜ ନିକଟରେ ଏହି ବିରାଟ ଭୂସ୍ଖଳନ ଘଟିଛି । ସେହିପରି ରାମବାନ ଜିଲ୍ଲାର ମ୍ୟାଗର୍କୋଟରେ ଆଉ ଏକ ଭୂସ୍ଖଳନ ଘଟିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଏନ୍ଏଟଆଇ କ୍ଲିୟରାନ୍ସ ପାଇଁ ଦୁଇ ଦିନ ମାଗିଛି, କିନ୍ତୁ ଗୋଟିଏ ଦିନରେ ଏକପାଖିଆ ଟ୍ରାଫିକ ପାଇଁ ଏହାକୁ ଆଂଶିକ ପୁନଃ ସ୍ଥାପନ କରିବାକୁ ଆମେ ଅନୁରୋଧ କରିଛୁ, ଯାହାଦ୍ବାରା ଜନସାଧାରଣଙ୍କ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ଯେପରି କୌଣସି ସମସ୍ୟା ନହୁଏ । ରାଜପଥ ବନ୍ଦ ହେତୁ 300ରୁ ଅଧିକ ଜାମ୍ମୁ ଟ୍ରକ୍ ଏବଂ କିଛି ଯାତ୍ରୀବାହୀ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି।

ABOUT THE AUTHOR

...view details