ଶ୍ରୀନଗର: ପଣ୍ତ ହେଲା ପାକିସ୍ତାନର କୁଚକ୍ରାନ୍ତ । ଜମ୍ମୁ ପୋଲିସ ସୋମବାର କାଶ୍ମୀର ଉପତ୍ୟକାରୁ ବିପୁଳ ବିସ୍ଫୋରକ ଜବତ କରିଛି । ଏବଂ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ କରୁଥିବା ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ତାଙ୍କ ଠାରୁ ପିସ୍ତଲ ଏବଂ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଜବତ କରିଛି ।
ଜମ୍ମୁ ପୋଲିସର ସୂଚନାନୁସାରେ, ପ୍ରାଥମିକ ଅନୁସନ୍ଧାନରେ ଡ୍ରାଇଭର ଜଣକ କହିଛି ଯେ ଏହି ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡକୁ ଡ୍ରୋନ୍ ଦ୍ବାରା ସୀମା ଆରପଟରୁ କାଶ୍ମୀରକୁ ଆଣାଯାଇଛି । ପୋଲିସର ସୂଚନାନୁସାରେ, ଗଙ୍ଗୟାଲ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ପୁର୍ମାଣ୍ଡାଲ ମୋର୍ ଠାରେ ପୋଲିସର ଏକ ଟିମ୍ ଏକ ଗାଡି ଚେକିଂ କରୁ ଥିଲା ।