ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀରର ଜେଲ୍ ଡିଜିଙ୍କୁ ଗଳାକାଟି ହତ୍ୟା, ଅଭିଯୁକ୍ତ ଗିରଫ - ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା

ଜମ୍ମୁ-କାଶ୍ମୀରର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା । ପୋଲିସ ହାତରେ ଧରାପଡିଲା ପଳାତକ ଘରୋଇ ସହାୟକ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରରେ ଜେଲ୍ ଡିଜିଙ୍କୁ ଗଳାକାଟି ହତ୍ୟା !
ଜମ୍ମୁ କାଶ୍ମୀରରେ ଜେଲ୍ ଡିଜିଙ୍କୁ ଗଳାକାଟି ହତ୍ୟା !

By

Published : Oct 4, 2022, 8:15 AM IST

Updated : Oct 4, 2022, 12:39 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା(Jammu Kashmir prisons DGP killed) । ସୋମବାର ଜମ୍ମୁ ସ୍ଥିତ ନିଜ ବାସଭବନରେ ଡିଜିଙ୍କୁ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ଅଭିଯୁକ୍ତ ମୃତଦେହ ଜାଳିବାକୁ ମଧ୍ୟ ଉଦ୍ୟମ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ, ଫରେନସିକ୍ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି ।

ଅନ୍ୟପଟେ ଏହି ଘଟଣା ପରଠୁ ଡିଜି ଲୋହିଆଙ୍କ ଘରୋଇ ସହାୟକ କୁଆଡେ ଫେରାର୍ ହୋଇଯାଇଥିବାବେଳେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି । ସେହି ହିଁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଜମ୍ମୁ ଜୋନରେ ଏଡିଜିପି ମୁକେଶ ସିଂହ କହିଛନ୍ତି, ''ଫେରାର ଘରୋଇ ସହାୟକ ନାମ ୟାସିର୍ ଓ ତା'ର ଘର ଜମ୍ମୁ କାଶ୍ମୀରରେ ରମବାନ ଜିଲ୍ଲାର(Ramban district) ହୋଇଥିବା ଜଣାପଡିଛି । ଡିଜିଙ୍କ ମୃତ୍ୟୁ ପରଠୁ ସେ ଫେରାର୍ ହୋଇଯାଇଥିଲା ।'' ପୋଲିସ ପଳାତକ ୟାସିରକୁ ଧରିବାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତ ଧରା ପଡିଥିବା ସୂଚନା ମିଳିଛି । ୫୭ ବର୍ଷୀୟ ଜେଲ୍ ବିଭାଗର ମହାନିର୍ଦ୍ଦେଶକ(DG) ହେମନ୍ତ କୁମାର ଲୋହିଆ ୧୯୯୨ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ଗତ ଅଗଷ୍ଟରେ ଜମ୍ମୁ କାଶ୍ମୀରରେ ଜେଲ୍ ଡିଜିପି ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ:ହାଇଦ୍ରାବାଦରେ ବୋମା ବିସ୍ଫୋରଣ ପାଇଁ ପାକିସ୍ତାନରେ ହେଉଥିଲା ଯୋଜନା !

ସୋମବାର ଜମ୍ମୁ ଅନ୍ତର୍ଗତ ନିଜ ଉଦୟିବାଲା ବାସଭବନରୁ ଲୋହିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଦେହରେ ଅନେକ କ୍ଷତ ରହିଥିବା ଦେଖିବାକୁ ମିଳିଛି । ଫରେନସିକ ଟିମ୍, କ୍ରାଇମ ଟିମ୍‌ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଡିଜିଙ୍କ ବାସଭବନରେ ପହଞ୍ଚି ଯାଞ୍ଚ ଆରମ୍ଭ କରୁଛନ୍ତି । ପ୍ରାଥମିକ ତଦନ୍ତରୁ ଡିଜିଙ୍କୁ ହତ୍ୟା କରାଯାଇଥିବା ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଗଣମାଧ୍ୟମକୁ କହିଛନ୍ତି ।

Last Updated : Oct 4, 2022, 12:39 PM IST

ABOUT THE AUTHOR

...view details