ଓଡିଶା

odisha

ETV Bharat / bharat

ସେନା ଟପ କମାଣ୍ଡରଙ୍କ ବୟାନ, ଘାଟିରେ ଆତଙ୍କବାଦୀ ସଂଖ୍ୟା ଦଶନ୍ଧିର ସର୍ବନିମ୍ନ - ଚିନାର ଫୋର୍ସ

ବଡ ଆଶ୍ବସ୍ତିକର ଖବର ଦେଇଛନ୍ତି କାଶ୍ମୀରର ଚିନାର ଫୋର୍ସରେ ଜେନେରାଲ ଅଫିସର ଇନ କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁ । ଗତ ଦଶକ ମଧ୍ୟରେ ଘାଟିରେ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ସବୁଠୁ କମ ବୋଲି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସେନା ଟପ କମାଣ୍ଡରଙ୍କ ବୟାନ, ଗତ ଦଶକ ମଧ୍ୟରେ ଘାଟିରେ ଏବେ ଆତଙ୍କବାଦୀଙ୍କ ସଂଖ୍ୟା ସର୍ବନିମ୍ନ
ସେନା ଟପ କମାଣ୍ଡରଙ୍କ ବୟାନ, ଗତ ଦଶକ ମଧ୍ୟରେ ଘାଟିରେ ଏବେ ଆତଙ୍କବାଦୀଙ୍କ ସଂଖ୍ୟା ସର୍ବନିମ୍ନ

By

Published : Jan 17, 2021, 5:05 PM IST

ନୂଆଦିଲ୍ଲୀ: ସୀମା ପାର ଆତଙ୍କବାଦର ସମସ୍ୟା ସହ ଏବେ ବି ସଂଘର୍ଷ କରୁଛି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର । ଏହାରି ମଧ୍ୟରେ ଏକ ବଡ ଆଶ୍ବସ୍ତିକର ଖବର ଦେଇଛନ୍ତି କାଶ୍ମୀରର ଚିନାର ଫୋର୍ସରେ ଜେନେରାଲ ଅଫିସର ଇନ କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁ । ଗତ ଦଶନ୍ଧି ମଧ୍ୟରେ ଘାଟିରେ ଆତଙ୍କବାଦୀଙ୍କ ସଂଖ୍ୟା ଏବେ ସବୁଠୁ କମ ବୋଲି ସୂଚନା ଦେଇଛନ୍ତି ଟପ କମାଣ୍ଡର ରାଜୁ । ତେବେ ସେ ପାକିସ୍ତାନ ଉପରେ କାଶ୍ମୀର ଘାଟିରେ ଭିନ୍ନ ଭିନ୍ନ ଢଙ୍ଗରେ ଆତଙ୍କ ସୃଷ୍ଟି କରିବାର ଅଭିଯୋଗ ଆଣିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂଚନା ଦେଇ ଲେଫ୍ଟନାଣ୍ଟ ଜେନେରାଲ ରାଜୁ କହିଛନ୍ତି ଯେ 2020ରେ ଆତଙ୍କବାଦୀଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ। ବିଶେଷ କରି 2018 ତୁଳନାରେ ଆତଙ୍କବାଦୀଙ୍କ ନିଯୁକ୍ତି ସଂଖ୍ୟା କମିଛି । ସେ ସୂଚନା ଦେଇଛନ୍ତି ଯେ ଘାଟିରେ ବର୍ତ୍ତମାନର ଆତଙ୍କବାଦୀଙ୍କ ସଂଖ୍ୟା 217, ଯାହା ଗତ ଦଶକ ମଧ୍ୟରେ ସର୍ବନିମ୍ନ ଅଟେ। ଖାସ କଥା ହେଉଛି ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ମଧ୍ୟ ଏହାର ଏସଓପିରେ ପରିବର୍ତ୍ତନ ଆଣିଛି। ଖବର ଅନୁଯାୟୀ କିଛି ଦିନ ପୂର୍ବରୁ ସେନା ଆତଙ୍କବାଦୀଙ୍କୁ ନିପାତ କରିବା ପରିବର୍ତ୍ତେ ଆତ୍ମସମର୍ପଣ କରାଇବାକୁ ଜୋର ଦେଇଆସୁଛି ।

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ପାକିସ୍ତାନକୁ ଭାରତରେ ଅନୁପ୍ରବେଶ କରି ଯୁବକମାନଙ୍କୁ ଆତଙ୍କବାଦ ଆଡକୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଯୁବକମାନଙ୍କୁ ବିଭିନ୍ନ ଉପାୟରେ ଆତଙ୍କବାଦ ଆଡକୁ ଆଗେଇ ନେବାକୁ ଯାଉଛି। ଯବକଙ୍କୁ ତାଲିମ ଦିଆଯିବା ସହ ଏଲଓସି ମଧ୍ୟ ଦେଇ ଅନୁପ୍ରବେଶ କରାଯାଇଥିଲା ।

ସବୁଠୁ ବଡ କଥା ହେଉଛି ନିକଟ ଅତୀତରେ ଭାରତୀୟ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବୃଦ୍ଧି ପାଇଛି । ଏଥି ସହିତ କିଛି ଦିନ ପୂର୍ବରୁ ସେନା ଘାଟିରେ ଏକ ଟନେଲ ଠାବ କରିଥିଲା। ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ଏହି ଟନେଲଗୁଡିକ ବ୍ୟବହାର କରୁଛି ବୋଲି ଦାବି କରାଯାଛି। ସାମରିକ ଅଧିକାରୀ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନର ଆତଙ୍କବାଦୀମାନେ ଆମର ସୁରକ୍ଷା ବାହିନୀ ଏବଂ ଘାଟିର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ।

ଏହି ସମୟରେ ସେ ଆଉ ଏକ ଭଲ ଖବର ଦେଇଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଭାରତ ଅନୁପ୍ରବେଶ ହାର 70 ପ୍ରତିଶତ ହ୍ରାସ କରିଛି। ତେବେ ଏହି ସମୟ ମଧ୍ୟରେ ସେ ଡ୍ରୋନ ଦ୍ବାରା ସମ୍ମୁଖୀନ ହେଉଥିବା ସୁରକ୍ଷା ଚ୍ୟାଲେଞ୍ଜକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜୁ କହିଛନ୍ତି ଯେ ଡ୍ରୋନ ଏବଂ ଟନେଲ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଇବାକୁ ପାକିସ୍ତାନର ଷଡଯନ୍ତ୍ର ଏକ ବଡ ଚ୍ୟାଲେଞ୍ଜ। ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ ମଧ୍ୟ ସେନା ଦିବସରେ ଅନୁପ୍ରବେଶ ବିଷୟରେ ବକ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ଏଲଓସି ନିକଟରେ ସେନାର ଗତିବିଧି କେବଳ ଶତ୍ରୁମାନଙ୍କ ପାଇଁ ଅଧିକ କ୍ଷତି ଘଟାଇ ନାହିଁ, ବରଂ ଅନେକ ଅନୁପ୍ରବେଶ ଉଦ୍ୟମ ଉପରେ ମଧ୍ୟ ରୋକ ଲଗାଇବାକୁ ସକ୍ଷମ ହୋଇଛି ।

ABOUT THE AUTHOR

...view details