ଶ୍ରୀନଗର:ଆଜିଠୁ ଜମ୍ମୁରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ରାତି ୧୦ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଜମ୍ମୁ, ଉଧମପୁର, କାଠୁଆ, ଶ୍ରୀନଗର, ବାରମୁଲା, ବଡଗାମ, ଅନନ୍ତନାଗ ଏବଂ କୁପୱାଡା ଆଦି ଜିଲ୍ଲାଗୁଡିକରେ କର୍ଫ୍ୟୁ କଡାକଡି ପାଳନ କରାଯିବ ।
ଗତ କିଛି ଦିନ ହେଲା ଜମ୍ମୁରେ ସଂକ୍ରମଣ ବଢିଛି । ପଜିଟିଭି ରେଟ୍ ୦.୨ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ସଂକ୍ରମଣ ରୋକିବାକୁ କର୍ଫ୍ୟୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜମ୍ମୁ ଜିଲ୍ଲାପାଳ ଅନସୁଲ ଗର୍ଗ ।