ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀର DDC ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ମୋଟ 51.76% ମତଦାନ - ଜମ୍ମୁ କାଶ୍ମୀର DDC ନିର୍ବାଚନ

ଶନିବାର ଜିଲ୍ଲା ବିକାଶ ପରିଷଦ(ଡିଡିସି) ନିର୍ବାଚନର ପ୍ରଥମ ଦିନ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମତଦାନ ହାର 51.76 ପ୍ରତିଶତ ରହିଛି । ଅଧିକ ପଢନ୍ତୁ...

ଜମ୍ମୁ କାଶ୍ମୀର DDC ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ଦିନ 1ଟା ସୁଦ୍ଧା 39.94% ମତଦାନ
ଜମ୍ମୁ କାଶ୍ମୀର DDC ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ଦିନ 1ଟା ସୁଦ୍ଧା 39.94% ମତଦାନ

By

Published : Nov 28, 2020, 5:23 PM IST

Updated : Nov 28, 2020, 7:47 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶନିବାର ଜିଲ୍ଲା ବିକାଶ ପରିଷଦ(ଡିଡିସି) ନିର୍ବାଚନର ପ୍ରଥମ ଦିନ ମତଦାନ ପ୍ରକ୍ରିୟା ଶେଷ ହୋଇଛି । 28 ନଭେମ୍ବରରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟା 19 ଡିସେମ୍ବର ଯାଏଁ ଜାରି ରହିବ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନରେ 1,475 ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ 51.76% ମତଦାନ ହୋଇଥିବା ନେଇ ଜମ୍ମୁ କାଶ୍ମୀର ନିର୍ବାଚନ ଆୟୋଗ କେକେ ଶର୍ମା ସୂଚନା ଦେଇଛନ୍ତି ।

ଜମ୍ମୁ କାଶ୍ମୀର DDC ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ଦିନ 1ଟା ସୁଦ୍ଧା 39.94% ମତଦାନ

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଡିଡିସି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତାଦାନ ସୁରୁଖୁରୁରେ ଶେଷ ହୋଇଛି । ଏଥିରେ ଜମ୍ମୁ ଅଞ୍ଚଳରେ 62 ପ୍ରତିଶତ ମତଦାନ ହୋଇଥିବା ବେଳେ କାଶ୍ମୀର ଅଞ୍ଚଳରେ 40.65 ପ୍ରତିଶତ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

2019ରେ ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଏହା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ନିର୍ବାଚନ । ଘାଟିରେ ପ୍ରବଳ ଶୀତ ମଧ୍ୟରେ ଡିଡିସି ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । ଖାସ କଥା ହେଉଛି ଯେ ମତଦାନ କେନ୍ଦ୍ରରେ ପହଞ୍ଚିଥିବା ମତଦାତା କୋରୋନା ସଂକ୍ରମଣର ସତର୍କତାକୁ ନେଇ ଗମ୍ଭୀର ରହିଥିଲେ ।

ସ୍ଥାନୀୟ ନିର୍ବାଚନରେ ପ୍ରଥମ ଥର ଭୋଟ ଦେଇଥିବା ମତଦାତା ଖୁସି ଜାହିର କରି କହିଛନ୍ତି, ଆମେ ନ୍ୟାୟ, ସମାନତା ଓ ସ୍ବତନ୍ତ୍ରତା ଶୁଣି ଆସୁଥିଲୁ । ହେଲେ ପ୍ରଥମ ଥର ଏହାକୁ ଅନୁଭବ କରୁଛୁ ।

ଡିଡିସି ନିର୍ବାଚନ 2020ର ପ୍ରଥମ ପର୍ଯ୍ୟାୟରେ ଦିନ ଗୋଟାଏ ସୁଦ୍ଧା ମତଦାନ ପ୍ରତିଶତ 39.94 ରହିଛି । କାଶ୍ମୀର ଅଞ୍ଚଳର କୁପୱାଡାରେ 34.10%, ବାନ୍ଦୀପୁରରେ 34.18%, ବାରାମୁଳାରେ 25.58%, ଗନ୍ଧରବାଲରେ 36.26%, ଶ୍ରୀନଗରରେ 29.24%, ବଡଗାମରେ 47.45%, ପୁଲୱାମାରେ 6.08%, ଶୋପିଆନରେ 22.37%, କୁଲଗାମରେ 24.49% ଓ ଅନନ୍ତନାଗରେ 26.65% ମତଦାନ ରେକର୍ଡ କରାଯାଇଛି ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 280 ନିର୍ବାଚନୀ କ୍ଷେତ୍ରରେ ଶନିବାରରୁ ମତଦାନ ଆରମ୍ଭ ହୋଇ ଡିସେମ୍ବର 19 ଯାଏଁ ଜାରି ରହିବ । 8ଟି ପର୍ଯ୍ୟାୟରେ ହେବ ମତଦାନ । ତେବେ ନିର୍ବାଚନର ଫଳାଫଳ 22 ଡିସେମ୍ବରରେ ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 28, 2020, 7:47 PM IST

ABOUT THE AUTHOR

...view details