ନୂଆଦିଲ୍ଲୀ: ସବୁଠି ଦୁଃଖ... ଆଉ କ୍ରୋଧ... ବୀରଙ୍କ ବଳିଦାନ ପାଇଁ ଗର୍ବ ବି କରୁଛନ୍ତି ଦେଶବାସୀ । ଜମ୍ମୁକାଶ୍ମୀରର ଅନନ୍ତନାଗରେ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହୋଇଥିବା କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଡୋନଚକ ଓ ଡିସିପି ହୁମାୟୁ ଭଟ୍ଟ ଶୋକାକୁଳ ପରିବେଶରେ ଶ୍ରଦ୍ଧାଞ୍ଜଳି ସହ ବିଦାୟ ଦିଆଯାଇଛି । ଜମ୍ମୁ କାଶ୍ମୀର ଉପଜିଲ୍ଲାପାଳ ମନୋଜ ସିହ୍ନା ଶହୀଦ ହୁମାୟୁ ଭଟ୍ଟଙ୍କୁ ଶଦ୍ଧାଞ୍ଜଳି ଦେଇଛନ୍ତି । ଅବସରପ୍ରାପ୍ତ ଆଇଜି ଗୁଲାମ ହସନ ଭଟ୍ଟ ତାଙ୍କ ଶହୀଦ ପୁଅ ହୁମାୟୁ ଭଟ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଦୃଶ୍ୟ ହୃଦୟବିଦାରକ ଥିଲା । ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଶହୀଦ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଡୋନଚକ, ଡିସିପି ହୁମାୟୁ ଭଟ୍ଟ ସାହାସିକତାର ଏକ ନୂଆ କାହାଣୀ ଲେଖିଛନ୍ତି । ଜାଣନ୍ତୁ ଏହି ବୀରଙ୍କ ବିଷୟରେ ।
jammu kashmir anantnag terrorist encounter ବ୍ୟସ୍ତ ଅଛି ପରେ ଫୋନ କରୁଛି: କର୍ଣ୍ଣେଲ ମନପ୍ରୀତ ସିଂହ ମୋହାଲିର ଭଡୋଜିୟା ନିବାସୀ ଅଟନ୍ତି । ତାଙ୍କର 68 ବର୍ଷୀୟ ମାଆ ମଜିତ କୌର, ସାନ ଭାଇ ସନ୍ଦିପ ସିଂହଙ୍କ ସହ ରୁହନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ କର୍ଣ୍ଣେଲ ମନପ୍ରୀତ ସିଂହ ଶହୀଦ ହୋଇଛନ୍ତି । ଶେଷଥର ପାଇ ସେ ତାଙ୍କ ଘର ଲୋକଙ୍କ ସହିତ ସେପ୍ଟେମ୍ବର 13 ତାରିଖ ସକାଳ 6ଟାରେ କଥା ହୋଇଥିଲେ । ତାଙ୍କ ମାଆ ଫୋନ କରିଥିଲେ । ସେ ତାଙ୍କ ମାଆଙ୍କୁ ଫୋନ କରି କହିଥିଲେ, ''ବ୍ୟସ୍ତ ଅଛି ମୁଁ ଏବେ ଅପରେସନରେ ଅଛି ପରେ କଥା ହେବି ।'' ଏହାର କିଛି ସମୟ ପରେ ଆତଙ୍କୀ ଗୁଳିରେ ମାଟି ମାଆ ପାଇଁ ଜୀବନ ଦେଇଥିଲେ ମନପ୍ରୀତ ସିଂହ । ମାଆକୁ ଫୋନ କରିବେ ବୋଲି କଥା ଦେଇଥିଲେ ହେଲେ ମାଟି ମାଆ ପାଇଁ ଶତ୍ରୁ ଗୁଳି ଖାଇ ବଳିଦାନ ଦେଇଛନ୍ତି ମନପ୍ରୀତ । ଗୁଳିରେ ଆହତ ମନପ୍ରୀତଙ୍କୁ ଶ୍ରୀନଗର ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । 2005ରେ ମନପ୍ରୀତଙ୍କୁ କର୍ଣ୍ଣେଲ ପଦ ମିଳିଥିଲା । ମନପ୍ରୀତଙ୍କ ପତ୍ନୀ ଜଣେ ଶିକ୍ଷୟିତ୍ରୀ । ତାଙ୍କରୁ ଜଣେ 6 ବର୍ଷ ପୁଅ ଓ 2 ବର୍ଷର ଝିଅ ରହିଛନ୍ତି । 2021ରେ ତାଙ୍କୁ ସେନା ପଦକରେ ସମ୍ମାନିତ କରାଯାଇଥିଲା ।
jammu kashmir anantnag terrorist encounter ମାସେ ତଳେ ବାପା ହୋଇଥିଲେ ହୁମାୟୁ:ଜମ୍ମୁ କାଶ୍ମୀର ପୋଲିସରେ ଜିଏସିପ ଭାବେ କାର୍ଯ୍ୟ କରଥିବା ହୁମାୟୁ ଭଟ୍ଟଙ୍କ ବିବାହକୁ ବର୍ଷେ ପୁରିଥିଲା । ମାସକ ତଳେ ସେ ବାପା ହେବାର ସୌଭାଗ୍ୟ ଲାଭ କରିଥିଲେ । ତାଙ୍କର ମାସକର ପୁତ୍ର ସନ୍ତାନ ରହିଛି । ପରିବାର ପାଇଁ ଅନେକ ସ୍ବପ୍ନ ଦେଖିଥିଲେ । କିନ୍ତୁ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି । ଦେଶ ପାଇଁ ଶହୀଦ ହୋଇଥିବାକୁ ପରିବାର ଓ ଅଞ୍ଚଳବାସୀ ଗର୍ବ କରୁଛନ୍ତି । ହେଲେ ତାଙ୍କ ପରିବାର ଓ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଗୁରୁବାର ବଡଗାମରେ ହୁମାୟୁଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ସେ ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ବଳ କରିଥିଲା । ହୁମାୟୁଙ୍କ ବାପା ଗୁଲାମ ହାସନ ଭଟ୍ଟ ମଧ୍ୟ ଜମ୍ମୁ କଶ୍ମୀର ପୋଲିସରେ ଆଇଜି ଭାବେ କାର୍ଯ୍ୟ କରି ସାରିଛନ୍ତି । ତାଙ୍କ ପୁଅ ମଧ୍ୟ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ବାପା ହୁମାୟୁଙ୍କ କାନ୍ଧରେ ଯିବାକୁ ଭାବିଥିଲେ ହେଲେ କିଏ ଜାଣିଥିଲା ଶହୀଦ ପୁଅକୁ ସେ କାନ୍ଧ ଦେବେ ବୋଲି । 2018ରେ ହୁମାୟୁ ଜମ୍ମୁ କାଶ୍ମୀର ପୋଲିସରେ ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ...Encounter in Anantnag: ସେନାର 2 ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ
ଆସନ୍ତା ମାସରେ ଘରକୁ ଆସିଥାନ୍ତେ ଆଶିଷ: ଅନନ୍ତନାଗ ଏନକାଉଣ୍ଟରରେ ଶହୀଦ ମେଜର ଆଶିଷ ଡୋନଚକଙ୍କ ପାର୍ଥିବ ଶୀରର ପାନିପଥରେ ପହଞ୍ଚି ସାରିଛି । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଭାଇକୁ ହରାଇବା ଦୁଃଖରେ ଘଡି ଘଡି ଚେତା ହରାଉଛନ୍ତି ଆଶିଷଙ୍କ ଭଉଣୀ । 3 ଭଉଣୀରେ ଗୋଟିଏ ଭାଇ ଥିଲେ ଆଶିଷ । ଆଶିଷଙ୍କର 5 ବର୍ଷ କନ୍ୟା ସନ୍ତାନ ରହିଛନ୍ତି । 2 ବର୍ଷ ତଳେ ଜମ୍ମୁରେ ଆଶିଷଙ୍କ ପୋଷ୍ଟି ହୋଇଥିଲା । 2013ରେ ଆଶିଷରେ ପ୍ରଥମ ପ୍ରୟାସରେ ଏସଏସବି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ତାଙ୍କୁ ଏହି ବର୍ଷ ସେନା ମେଡାଲରେ ସମ୍ମାନିତ କରାଯାଇଥିଲା । ପାନିପଥରେ ଆଶିଷଙ୍କର ଏକ ନୂଆ ଘର ତିଆରି ହୋଇଛି । ଆସନ୍ତା ମାସରେ ଘର ପ୍ରତିଷ୍ଠା ପାଇଁ ଘରକୁ ଆସିଥାନ୍ତେ ଆଶିଷ । ହେଲେ କିଏ ଜାଣିଥିଲା ସେହି ନୂଆ ଘରେ ତାଙ୍କର ପ୍ରଥମ ଓ ଶେଷ ଗୃହ ପ୍ରବେଶ ହେବ ବୋଲି । ମାଆଙ୍କ କହିବା ଅନୁସାରେ ଆଶିଷଙ୍କ ପାର୍ଥିବ ଶରୀରରକୁ ନୂଆ ଘରକୁ ନିଆଯାଇଛି । ପୁଅକୁ ହରାଇ ମାଆ ଛାତି ବାଡେଇ କାନ୍ଦୁଛନ୍ତି ହେଲେ ଗର୍ବ ବି କରୁଛନ୍ତି । କହିଛନ୍ତି ଆଜି ମୋ ପୁଅ ଦେଶ ପାଇଁ ଜୀବନ ଦେଇଛି ।