ଶ୍ରୀନଗର: ଘାଟିରେ କମୁନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କଠାରୁ AK-୪୭ ବନ୍ଧୁକ ଛଡାଇ ନେଇଛନ୍ତି ଆତଙ୍କବାଦୀ । ଖୁଦୱାନିରେ ଘଟିଛି ଏହି ଘଟଣା ।
ପୋଲିସ କନେଷ୍ଟବଳଠାରୁ AK-47 ଛଡାଇନେଲେ ଆତଙ୍କବାଦୀ - ଆତଙ୍କବାଦୀ
ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀଙ୍କଠାରୁ AK-୪୭ ବନ୍ଧୁକ ଛଡାଇ ନେଇଛନ୍ତି ଆତଙ୍କବାଦୀ । ଅଧିକ ପଢନ୍ତୁ...

ପୋଲିସ କନେଷ୍ଟବଳଠାରୁ AK-47 ଛଡାଇନେଲେ ଆତଙ୍କବାଦୀ
ଆତଙ୍କବାଦୀମାନେ ଜଣେ ପୋଲିସ କନେଷ୍ଟବଳଙ୍କ ଠାରୁ AK-୪୭ ବନ୍ଧୁକ ଛଡାଇନେଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ଘଟଣାସ୍ଥଳରେ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏହା ପୂର୍ବରୁ କୁଲଗାମରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଏମାନଙ୍କ ମଧ୍ୟରୁ ଜଣଙ୍କର ଏନକାଉଣ୍ଟଟରରେ ମୃତ୍ୟୁ ହୋଇଯାଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁନାଦ ଅଞ୍ଚଳରେ ଗୁଳିବିନିମୟ ହୋଇଥିଲା ।