ଶ୍ରୀନଗର: ଜମ୍ମୁ କାଶ୍ମୀରେ ଗିରଫ ହୋଇଛନ୍ତି ଜଣେ କଂଗ୍ରେସ ସଦସ୍ୟ । ଗିରଫ କଂଗ୍ରେସ ସଦସ୍ୟଙ୍କ ଉପରେ ରହିଛି ସଙ୍ଗୀନ ଅଭିଯୋଗ । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀଙ୍କୁ ନିଜ ସାଥିରେ ବୁଲାଉଥିବା ଅଭିଯୋଗରେ କଂଗ୍ରେସ ସଦସ୍ୟ ଗୋହର ଅହମ୍ମଦ ୱାନିଙ୍କୁ ଗିରଫ କରିଛି ପୋଲିସ ।
ଆତଙ୍କବାଦୀଙ୍କୁ ସାଥିରେ ଧରି ବୁଲୁଥିଲେ କଂଗ୍ରେସ ସଦସ୍ୟ, ଗିରଫ କଲା ଜମ୍ମୁ କାଶ୍ମୀର ପୋଲିସ
ଜମ୍ମୁ କାଶ୍ମୀରେ ଗିରଫ ହୋଇଛନ୍ତି ଜଣେ କଂଗ୍ରେସ ସଦସ୍ୟ । ଡିସେମ୍ବରର 7ରେ କିଛି ଆତଙ୍କବାଦୀଙ୍କୁ ନିଜ ସାଥିରେ ବୁଲାଉଥିବା ସମୟରେ ପୋଲିସ ହାତରେ ଧରାପଡିଥିଲେ । ଅଧିକ ପଢନ୍ତୁ...
ଭାରତୀୟ ସେନାର ସୂତ୍ରର ସୂଚନା ଅନୁଯାୟୀ ସୋପିଆନ ଇମାମ ସାହେବର ଆଇନଜୀବୀ ଗୋହର ଅହମ୍ମଦ ଡିସେମ୍ବରର 7ରେ କିଛି ଆତଙ୍କବାଦୀଙ୍କୁ ନିଜ ସାଥିରେ ବୁଲାଉଥିବା ସମୟରେ ପୋଲିସ ହାତରେ ଧରାପଡିଥିଲେ । ଏନେଇ ତାଙ୍କୁ ଅଟକ ରଖାଯାଇଥିବା ବେଳେ ଗୁରୁବାର ପୋଲିସ ଗିରଫ କରିଛି ।
ଘଟଣାରେ ୟୁଏପିଏ ଆଧାରରେ ଇମାମସାହେବ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ଏକ କାରରେ ଯାତ୍ରା କରୁଥିବାବେଳେ ସୁରକ୍ଷା ବାହିନୀଙ୍କୁ ଖବର ମିଳିଥିଲା । ଡିସେମ୍ବର 7ରେ ରାମପୁରା ଛକରେ ଭାରତୀୟ ସେନାର 44RR ପହଞ୍ଚିବା ପୂର୍ବରୁ ଆତଙ୍କବାଦୀମାନେ କାର ଛାଡି ଫେରାର ହୋଇଯାଇଥିଲେ । ହେଲେ ଗୋହର ଗାଡିରୁ ଡେଇଁପଡିବା ସମୟରେ ଆହତ ହୋଇଥିଲେ । ପରେ ଗୋହରଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଗୁରୁବାର ତାଙ୍କୁ ଆନୁଷ୍ଠାନିକ ଭାବେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସେମାନେ କହିଛନ୍ତି ।