ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫ୍ତିଙ୍କୁ ଝଟକା । ମେହବୁବାଙ୍କ ପାସପୋର୍ଟ ଅପଡେସନକୁ ନେଇ ଏବେ ମଞ୍ଜୁରୀ ପ୍ରଦାନ କରିବାକୁ ମନା କରିଦେଇଛି ଜମ୍ମୁ କାଶ୍ମୀର ପୋଲିସ ।
ମେହବୁବାଙ୍କୁ ଝଟକା, ପାସପୋର୍ଟ ମଞ୍ଜୁରୀକୁ ପୋଲିସର ନା - ମେହବୁବା ମୁଫ୍ତି ପାସପୋର୍ଟ
ମେହବୁବାଙ୍କ ପାସପୋର୍ଟ ଅପଡେସନକୁ ନେଇ ଏବେ ମଞ୍ଜୁରୀ ପ୍ରଦାନ କରିବାକୁ ମନା କରିଦେଇଛି ଜମ୍ମୁ କାଶ୍ମୀର ପୋଲିସ । ଅଧିକ ପଢନ୍ତୁ...
ମୁଫ୍ତିଙ୍କ ଟ୍ବିଟ ଅନୁଯାୟୀ, ତାଙ୍କ ପାସପୋର୍ଟ ସିଆଇଡିର ରିପୋର୍ଟ ଆଧାରରେ ଜାରି କରିବା ପାଇଁ ପୋଲିସ ପକ୍ଷରୁ ମନା କରିଦିଆଯାଇଛି । ମେହବୁବା ମୁଫ୍ତି ଏହି ମାମଲାରେ ଟ୍ବିଟ କରି କହିଛନ୍ତି, ପାସପୋର୍ଟ କାର୍ଯ୍ୟାଳୟ ସିଆଇଡି ରିପୋର୍ଟ ଆଧାରରେ ପାସପୋର୍ଟ ଜାରି କରିବାକୁ ପ୍ରତ୍ୟାଖ୍ୟାନ କରିଛି । ଭାରତର ସୁରକ୍ଷା ପ୍ରତି ବିପଦର ଆଶଙ୍କା ଦର୍ଶାଇ ପାସପୋର୍ଟ ଜାରି କରିବାକୁ ମନା କରାଯାଇଥିବା ଅଭିଯୋଗ କରିଦେଇଛନ୍ତି ମୁଫ୍ତି ।
ମୁଫ୍ତିଙ୍କ ପାସପୋର୍ଟ ତାରିଖ 31 ମେ 2019 ଯାଏଁ ରହିଥିଲା । ତେବେ ପରେ ଏହାକୁ ଅପଡେଟ ପାଇଁ ଅପିଲ କରିଥିଲେ ମେହବୁବା । ପାସପୋର୍ଟ ପାଇଁ ଜମ୍ମୁ କାଶ୍ମୀର ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ମୁଫ୍ତି । ହେଲେ ବର୍ତ୍ତମାନସୁଦ୍ଧା ତାଙ୍କ ପାସପୋର୍ଟର ପୋଲିସ ଭ୍ୟାରିଫିକେଶନ ପ୍ରକ୍ରିୟା ପୁରା ହୋଇପାରିନାହିଁ ।