ନୂଆଦିଲ୍ଲୀ:ଆତଙ୍କବାଦୀଙ୍କୁ ସାହାଯ୍ୟ ଓ ସହଯୋଗ ସମ୍ପୃକ୍ତି ଅଭିଯୋଗରେ ୬ଜଣଙ୍କୁ ଗିରଫ କଲା ଜାମ୍ମୁ ଏବଂ କାଶ୍ମୀର ପୋଲିସ । ଏମାନେ ଆତଙ୍କବାଦୀଙ୍କୁ ଘର ସହ ପରିବହନ କ୍ଷେତ୍ରରେ ସାହାଯ୍ୟ କରୁଥିଲେ । ଏଥିସହ ଏମାନେ ଯୁବକଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଆତଙ୍କୀ ହେବା ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ପୋଲିସ କହିଛି ।
ସେହିପରି ଏମାନେ ଦେଶରେ ବଡ ଧରଣର ବିସ୍ଫୋରଣ କରିବା ପାଇଁ ଯୁବକଙ୍କୁ ଆତଙ୍କବାଦୀ ସଂଗଠନରେ ମିଶିବା ଲାଗି ଉତ୍ସାହିତ କରୁଥିଲେ । ବହୁଚର୍ଚ୍ଚିଚ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଲସ୍କର ଇ ତୋଇବା ଆତଙ୍କବାଦୀ ସଂଗଠନ ପକ୍ଷରୁ କରାଯାଇଥିବା ବିସ୍ଫୋରଣରେ ଏମାନଙ୍କର ସମ୍ପର୍କ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏପଟେ ଏହି ଜଣ ଦେଶର ଅରାଜକତା ସୃଷ୍ଟି କରିବା ଲାଗି କରୁଥିବା ଯୋଜନାକୁ ଜାମ୍ମୁ ଏବଂ କାଶ୍ମୀର ପୋଲିସ ପଣ୍ଡ କରି ଦେଇଛି ।