ଶ୍ରୀନଗର: ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷାବାହିନୀଙ୍କ ପଞ୍ଝାରେ 5 ଲସ୍କର-ଏ-ତୋଏବା ଆତଙ୍କୀ । ଉତ୍ତର ଜାମ୍ମୁ କାଶ୍ମୀର ସୋପୋର ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଟିମ୍ ଆଜି 5 ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋପୋରରେ ଆତଙ୍କବାଦୀ ସଂଗଠନକୁ ମଜବୁତ କରିବା ପାଇଁ ଏହି 5 ଜଣ ଆତଙ୍କୀ ସଦସ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ଏମାନଙ୍କୁ ଜୀବନ୍ତ ଗିରଫ କରିବା ଜାତୀୟ ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।