ଓଡିଶା

odisha

ମୋଦିଙ୍କ ବୈଠକ ପୂର୍ବରୁ ଘାଟିରେ ହାଇଆଲର୍ଟ, ଇଣ୍ଟରନେଟ ସେବାରେ ଲାଗିଲା ରୋକ

By

Published : Jun 23, 2021, 9:43 PM IST

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବସିବାକୁ ଯାଉଥିବା ସର୍ବଦଳୀୟ ବୈଠକ ପୂର୍ବରୁ ଜମ୍ମୁ କାଶ୍ମୀରରେ 48 ଘଣ୍ଟା ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଏହାସହ ହାଇସ୍ପିଡ ଇଣ୍ଟରନେଟ ସେବା ଉପରେ ମଧ୍ୟରେ ଲଗାଯାଇଛି ପ୍ରତିବନ୍ଧକ । ଅଧିକ ପଢନ୍ତୁ...

ମୋଦିଙ୍କ ବୈଠକ ପୂର୍ବରୁ ଘାଟିରେ ହାଇଆଲର୍ଟ, ଇଣ୍ଟରନେଟ ସେବା ଉପରେ ଲାଗିଲା ରୋକ
ମୋଦିଙ୍କ ବୈଠକ ପୂର୍ବରୁ ଘାଟିରେ ହାଇଆଲର୍ଟ, ଇଣ୍ଟରନେଟ ସେବା ଉପରେ ଲାଗିଲା ରୋକ

ଶ୍ରୀନଗର: ରାତି ପାହିଲେ ଦିଲ୍ଲୀ ଦାରବାରରେ ବସିବ ବଡ ବୈଠକ । ପ୍ରଧାନମନ୍ତ୍ରୀ କରିବେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା । ଏଥିରେ ସାମିଲ ହେବେ ଜମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳର ନେତା । ଏହାରି ମଧ୍ୟ ଜମ୍ମୁ କାଶ୍ମୀରରେ ଜାରି ହୋଇଛି ହାଇଆଲର୍ଟ ।

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବସିବାକୁ ଯାଉଥିବା ସର୍ବଦଳୀୟ ବୈଠକ ପୂର୍ବରୁ ଜମ୍ମୁ କାଶ୍ମୀରରେ 48 ଘଣ୍ଟା ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଏହାସହ ହାଇସ୍ପିଡ ଇଣ୍ଟରନେଟ ସେବା ଉପରେ ମଧ୍ୟରେ ଲଗାଯାଇଛି ପ୍ରତିବନ୍ଧକ ।

ପ୍ରଧାନମନ୍ତ୍ରୀଙ୍କ ସହ ଜମ୍ମୁ କାଶ୍ମୀର ନେତାଙ୍କ ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ଜମ୍ମୁ କାଶ୍ମୀରର ରାଜନୈତିକ ଦଳର ଗୁପକାର ମେଣ୍ଟ ମଧ୍ୟ ଏହି ବୈଠକରେ ସାମିଲ ହେବ ।

ସର୍ବଦଳୀୟ ବୈଠକ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 16 ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ କେନ୍ଦ୍ର ପକ୍ଷରୁ ଘାଟିର ନେତାଙ୍କ ସହ ସମ୍ବାଦର ଏହା ବଡ ପଦକ୍ଷେପ ରୂପେ ଦେଖାଯାଇପାରେ ।

ABOUT THE AUTHOR

...view details