ଓଡିଶା

odisha

By

Published : May 13, 2022, 9:27 PM IST

ETV Bharat / bharat

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ମାମଲା: SIT କରିବ ତଦନ୍ତ, ପତ୍ନୀଙ୍କୁ ମିଳିବ ଚାକିରୀ

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । ତେବେ ଶୁକ୍ରବାର ପ୍ରଥମ ଥର ପାଇଁ ୧୦୦ ଶହେରୁ ଅଧିକ କାଶ୍ମୀର ପଣ୍ଡିତ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ଅଧିକ ପଢନ୍ତୁ

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ମାମଲା
କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ମାମଲା

ଶ୍ରୀନଗର:କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । ତେବେ ଆଜି(ଶୁକ୍ରବାର) ପ୍ରଥମ ଥର ପାଇଁ ୧୦୦ ଶହେରୁ ଅଧିକ କାଶ୍ମୀର ପଣ୍ଡିତ ଏକାଠି ହୋଇ ବିକ୍ଷୋଭ କରିଛନ୍ତି । ଆଜି ବିକ୍ଷୋଭକାରୀମାନେ ଶ୍ରୀନଗର ଏୟାରପୋର୍ଟ ରାସ୍ତା ଅବରୋଧ କରିବା ସହ ବିଜେପି ବିରୋଧରେ ନାରାବାଜି ଦେଇଥିଲେ । ଏଥିସହ ସେମାନଙ୍କୁ ସରକାର ସୁରକ୍ଷା ପ୍ରଦାନ ନ କଲେ ସମୂହ ଚାକିରୀରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି ।

ଏପଟେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହ ତାଙ୍କ ଝିଅର ସମସ୍ତ ପଢା ଖର୍ଚ୍ଚ ସରକାର ବହନ କରିବେ । ଅନ୍ୟପଟେ ଏହି ଘଟଣାକୁ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ଗୁରୁତର ଭାବେ ନେବା ସହ ଘଟଣାର ତଦନ୍ତ କରିବା ଲାଗି ଏସଆଇଟି ଗଠନ କରିଛି । ତେବେ ଏସଆଇଟି ଜମ୍ମୁ ଏବଂ କାଶ୍ମୀର ଅନ୍ତର୍ଗତ କଡୁରା ତହସିଲ୍‌ରେ କାର୍ଯ୍ୟ କରୁଥିବା ରାହୁଲ ଭଟ୍ଟଙ୍କୁ ଗତକାଲି ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ ।

@ANI

For All Latest Updates

TAGGED:

ABOUT THE AUTHOR

...view details