ଓଡିଶା

odisha

By

Published : Oct 7, 2021, 1:29 PM IST

ETV Bharat / bharat

ଆତଙ୍କୀଙ୍କ ଆଖିବୁଜା ଗୁଳିମାଡରେ ଆଖି ବୁଜିଲେ ୨ ଶିକ୍ଷକ

ଦିନକୁ ଦିନ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । ଜମ୍ମୁ କାଶ୍ମୀରରେ ବନ୍ଧୁକ ମୁନରେ ଭୟର ବାତାବରଣ ଜାରି ରଖିଛନ୍ତି ଆତଙ୍କୀ । ଅଧିକ ପଢନ୍ତୁ...

ଆତଙ୍କୀଙ୍କ ଆଖିବୁଜା ଗୁଳିମାଡରେ ଦୁଇ ଶିକ୍ଷକଙ୍କ ମୃତ୍ୟୁ
ଆତଙ୍କୀଙ୍କ ଆଖିବୁଜା ଗୁଳିମାଡରେ ଦୁଇ ଶିକ୍ଷକଙ୍କ ମୃତ୍ୟୁ

ଶ୍ରୀନଗର:ଦିନକୁ ଦିନ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । ଜମ୍ମୁ-କାଶ୍ମୀରରେ ବନ୍ଧୁକ ମୁନରେ ଭୟର ବାତାବରଣ ଜାରି ରଖିଛନ୍ତି ଆତଙ୍କୀ । କେତେବେଳେ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ କରୁଛନ୍ତି ତ ଆଉ କେତେବେଳେ ଗ୍ରେନେଡ ମାଡ କରୁଛନ୍ତି । ଆଉ ଏଥିରୁ ବର୍ତ୍ତିପାରୁ ନାହାନ୍ତି ସାଧାରଣ ନାଗରିକ। ଜମ୍ମୁ-କାଶ୍ମୀରର ଶ୍ରୀନଗରର ଇଦଘା ଅଞ୍ଚଳରେ ୨ ସରକାରୀ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଥିବା ଜଣାପଡିଛି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ସନଗାମ ଇଦଘାରେ ଆତଙ୍କମାନୀ ଗୁରୁବାର ଦିନ ଆଖିବୁଜା ଗୁଳିମାଡ କରିଥିଲେ । ଯେଉଁଥିରେ ୨ ଜଣ ଶିକ୍ଷକ ଆଖି ବୁଜିଥିଲେ । ପରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଧୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ପାଞ୍ଚ ଦିନ ହେବେ ଆତଙ୍କୀଙ୍କ ଏଭଳି କାଣ୍ତ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

@ANI

ABOUT THE AUTHOR

...view details