ଓଡିଶା

odisha

ETV Bharat / bharat

ଜମ୍ମୁ ଏୟାରବେସରେ ବିସ୍ଫୋରଣ ଘଟଣା, ଦୁଇ ସନ୍ଦିଗ୍ଧ ଅଟକ

ଜମ୍ମୁ ଏୟାରବେସରେ ବିସ୍ଫୋରଣ । ବିସ୍ଫୋରଣରେ ସଂପୃକ୍ତ ଦୁଇ ସନ୍ଦିଗ୍ଧକୁ ଅଟକ । ଅଧିକ ପଢନ୍ତୁ...

By

Published : Jun 27, 2021, 4:06 PM IST

Jammu airbase drone attack
ଜମ୍ମୁ ଏୟାର ଫୋର୍ସ ଷ୍ଟେସନ ବିସ୍ଫୋରଣ ଘଟଣା , ଦୁଇ ସନ୍ଦିଗ୍ଧ ଅଟକ

ଶ୍ରୀନଗର:ଜମ୍ମୁ ଏୟାରବେସରେ ବିସ୍ଫୋରଣ ଘଟଣା । ବିସ୍ଫୋରଣରେ ସଂପୃକ୍ତ ଦୁଇ ସନ୍ଦିଗ୍ଧ ଅଟକ । ଏହି ମାମଲାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଜମ୍ମୁ କଶ୍ମୀର ଡିଜିପି ଦିଲବାଗ ସିଂ । ଘଟଣା ପରେ ଏଠାରେ ଉଚ୍ଚସ୍ତରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଓ ଏନଏସଜି ଟିମ ପହଞ୍ଚିଛି ।

ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରାଯାଇଛି। ଗତକାଲି ରାତି 1.35 ମିନିଟରେ ଜମ୍ମୁ ଏୟାରବେସରେ ବିସ୍ଫୋରଣ ହୋଇଥିଲା । ଏହାର 5 ମିନିଟ ପରେ ଅର୍ଥାତ 1.42 ମିନିଟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଏକ ଅତ୍ୟାଧୁନିକ ଡ୍ରୋନ ସାହାଯ୍ୟରେ ଏୟାରବେସକୁ ଟାର୍ଗେଟ କରିଥିଲା IED । ଏହି ବିସ୍ଫୋରଣରେ ସେମିତି କୌଣସି ବଡ ଧରଣର କ୍ଷତି ଘଟିନାହିଁ କିନ୍ତୁ ଏକ ଛାତ ନଷ୍ଟ ହୋଇଛି । ଏହା ପରେ ସମ୍ପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନକୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ସନ୍ଦିଗ୍ଧକୁ ଅଟକ କରି ଅଧିକ ତଦନ୍ତ ଚଳାଇଥିବା ଜମ୍ମୁକାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି । ଘଟଣାପରେ ଏଠାରେ ଉଚ୍ଚସ୍ତରୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଓ ଏନଏସଜି ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଜମ୍ମୁ ଏୟାରବେସରେ ବିସ୍ଫୋରଣ ପରେ ପଠାନକୋଟ, ଆମ୍ବାଲା ଓ ଅବନ୍ତିପୋରା ଏୟାରବେସ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି । ଏହି ଘଟଣା ପରେ ବାଂଲାଦେଶ ଗସ୍ତରେ ଥିବା ବାୟୁସେନା ଚିଫ ଆରକେଏସ ଭଦୋରିଆ ସେଠାରୁ ସମସ୍ତ ଘଟଣା ଉପରେ ନଜର ରଖିଛନ୍ତି । ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ଏଚ ଏସ ଆରୋରା ସହ ଆଲୋଚନା କରିଛନ୍ତି । ଘଟଣାସ୍ଥଳରେ ବାୟୁସେନାର ଉଚ୍ଚ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଗୁଇନ୍ଦା ସଂସ୍ଥା । ପାକିସ୍ତାନ ଏ ଭଳି କରିଥିବା ସନ୍ଦେହ କରାଯାଉଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ତଦନ୍ତ ପରେ ସ୍ପଷ୍ଟ ହେବା କିଏ ଏବଂ କେଉଁ ମାନେ ବାୟୁସେନା ବେସରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ଜଣାପଡିବ ।

ABOUT THE AUTHOR

...view details