ଓଡିଶା

odisha

By

Published : Jul 14, 2022, 10:14 PM IST

ETV Bharat / bharat

ଦିଦିଙ୍କୁ ଭେଟିବା ପାଇଁ ୭୫୦ କିମି ଚାଲିଲେ ଯୁବକ, ଜାଣନ୍ତୁ କାହିଁକି

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ଲାଗି ୭୫୦ କିମି ଚାଲିଲେ ଯୁବକ । ଅଧିକ ପଢନ୍ତୁ

ଦିଦିଙ୍କୁ ଭେଟିବା ପାଇଁ ୭୫୦ କିମି ଚାଲିଲେ ଯୁବକ !
ଦିଦିଙ୍କୁ ଭେଟିବା ପାଇଁ ୭୫୦ କିମି ଚାଲିଲେ ଯୁବକ !

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee)ଙ୍କୁ ଭେଟିବା ପାଇଁ ୭୫୦ କିଲୋମିଟର ଚାଲିଲେ ଜଲପାଇଗୁଡ଼ି ଜିଲ୍ଲା ଦୋଆର୍ସ ଅନ୍ତର୍ଗତ ବିନାଗୁରୀ ଅଞ୍ଚଳର ଶଙ୍କର ଭଟ୍ଟାଚାର୍ଯ୍ୟ(୪୬) । ଦିଦି ଉତ୍ତର ବଙ୍ଗ ଗସ୍ତରେ ଥିବା ବେଳେ ଶଙ୍କର ରାଜ୍ୟ ବିଭାଜନ ନକରିବାକୁ ଦାବୀ କରି ଏହି ଗସ୍ତ କରିଛନ୍ତି । ଏହାସହିତ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳରେ ଅନେକ ପ୍ରକଳ୍ପ ଓ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଥିବାରୁ ଦିଦିଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ଦୀର୍ଘ ଯାତ୍ରା କରିଥିବା ଜଣାପଡ଼ିଛି ।

ଦିଦିଙ୍କୁ ଭେଟିବା ପାଇଁ ୭୫୦ କିମି ଚାଲିଲେ ଯୁବକ !

ମୁଖ୍ୟମନ୍ତ୍ରୀ ମମତା ମଧ୍ୟ ସର୍ବଦା ରାଜ୍ୟ ବିଭାଜନର ବିପକ୍ଷରେ ରହିଆସିଛନ୍ତି । ସେ ସର୍ବଦା ଶାନ୍ତି ବଜାୟ ରଖିବା ପାଇଁ ବାର୍ତ୍ତା ଦେଇଆସିଛନ୍ତି । ଏହାବ୍ୟତୀତ ଉତ୍ତର ବଙ୍ଗରେ ସେ ପୁଞ୍ଜି ନିବେଶ କରିବା ସହିତ ବିକାଶ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଶଙ୍କର ଦୋଆର ଅଞ୍ଚଳର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତାଙ୍କ ଏହି ଗସ୍ତ ସମୟରେ ସେ ରାଜ୍ୟ ବିଭାଜନ ନ କରିବା ପାଇଁ ଦାବୀ ଜଣାଇବା ନିମନ୍ତେ ଏହି ପଦଯାତ୍ରା କରିଛନ୍ତି । ମମତାଙ୍କ ହାତରେ ଦୋଆର ମାଟି ଦେଇ ଏହାର ବିଭାଜନ ନ କରିବାକୁ ସେ ଅନୁରୋଧ କରିବା ଶଙ୍କରଙ୍କ ଇଚ୍ଛା ବୋଲି ଶଙ୍କର କହିଛନ୍ତି ।

ସେ କାଳୀଘାଟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆସନ୍ତା ଜୁଲାଇ ୨୧ ତାରିଖ ଦିନ ଶହୀଦ ଦିବସରେ ସାମିଲ ହେବେ ବୋଲି ଜଣାପଡ଼ିଛି । ଶଙ୍କର ଜଣେ ବ୍ୟବସାୟୀ ହୋଇଥିବା ବେଳେ ସେ ମମତାଙ୍କର ଜଣେ ଦୃଢ ସମର୍ଥକ ଭାବେ ଜଣାଶୁଣା । ସେ ମମତାଙ୍କୁ ବହୁ ସମ୍ମାନ କରୁଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ଲାଗି ୭୫୦ କିଲୋମିଟର ପାଦରେ ଚାଲି ଚାଲି ଆସିଥିବା କହିଛନ୍ତି । ଗତ ଜୁନ ୧୫ ତାରିଖରେ ଶଙ୍କର ବିନାଗୁଡ଼ିରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଏହାରି ମଧ୍ୟରେ ୨୮ ଦିନ ବିତିଯାଇଛି ।

ସେ ଦିନବେଳା ଚାଲୁଥିବା ବେଳେ ରାତିରେ ଆଶ୍ରୟ ନେଇଥାନ୍ତି । ଆଜି (ଗୁରୁବାର) ସକାଳେ ସେ ମାଧ୍ୟାମ ଗ୍ରାମରୁ ଯାତ୍ରା ଆରମ୍ଭ କରିଛନ୍ତି । ନିଜ ଯାତ୍ରା ସମ୍ପର୍କରେ ଶଙ୍କର କହିଛନ୍ତି ଯେ, " ଦିଦି ବହୁତ ଚାଲନ୍ତି । ଯେତେବେଳେ ବି ସେ ପର୍ବତକୁ ଯାଆନ୍ତି, ସେ ସକାଳେ ଚାଲନ୍ତି । ମୁଁ ତାଙ୍କୁ ବହୁତ ସମ୍ମାନ କରେ । ତାଙ୍କୁ ଅନୁସରଣ କରେ ଏବଂ ଏଣୁ ସକାଳେ ଚାଲୁଛି । ଚାଲି ଚାଲି ତାଙ୍କୁ ଭେଟିବାକୁ ଚାହୁଁଛି" ବୋଲି ଶଙ୍କର ଭଟ୍ଟାଚାର୍ଯ୍ୟ କହିଛନ୍ତି ।

ABOUT THE AUTHOR

...view details