ନୂଆଦିଲ୍ଲୀ:ଆଜିଠୁ ୪ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର । ଆମେରିକା ଗସ୍ତରେ ଯାଇ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ପ୍ରଥମେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ହେବେ ସାମିଲ । ବୈଠକରେ ଭାରତ ପକ୍ଷରୁ ରଖିବେ ଦେଶର ଆଭିମୁଖ୍ୟ । ୟୁଏନଏସସିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ପ୍ରତିନିଧତ୍ବ କରିବେ ଜୟ ଶଙ୍କର । ସୂଚନା ଯୋଗେ ଯେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଚଳିତ ମାସ ଭାରତ ହାତରେ ରହିଛି । ଫଳରେ ଜୟ ଶଙ୍କରଙ୍କ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଅନ୍ୟପଟେ ଆଫଗାନ ସ୍ଥିତି ଓ ଭାରତର ଭୂମିକାକୁ ନେଇ ମଧ୍ୟ ଆମେରିକା ପ୍ରତିପକ୍ଷଙ୍କ ସହ କରିବେ ବୈଠକ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୟୁଏନଏସସିରେ ଶାନ୍ତି ରକ୍ଷା ଉପରେ ଏକ ଖୋଲା ବିତର୍କର ଅଧ୍ୟକ୍ଷତା କରିବେ।
ଏହାସହ ଅଗଷ୍ଟ ୧୮ ଓ ୧୯ ତାରିଖରେ ୨ଟି ଉଚ୍ଚସ୍ତରୀୟ ଦସ୍ତଖତ କାର୍ଯ୍ୟକ୍ରମ (signature events) ହେବ । ଯେଉଁଥିରେ ଜୟଶଙ୍କର ଅଧ୍ୟକ୍ଷତା କରିବେ । ଅଗଷ୍ଟ 18ରେ ପ୍ରଥମ ବୈଠକ ସୁରକ୍ଷାକାରୀଙ୍କୁ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ଶାନ୍ତି ରକ୍ଷା 'ଉପରେ ଏକ ଖୋଲା ବିତର୍କ ହେବ । ଏହାସହ 19ରେ ଦ୍ୱିତୀୟ ବୈଠକ ହେବ । ଆତଙ୍କବାଦୀ କାର୍ଯ୍ୟ ଦ୍ବାର ସୃଷ୍ଟି ହୋଇଥିବା ଅନ୍ତର୍ଜାତୀୟ ଅଶାନ୍ତି ଏବଂ ସୁରକ୍ଷା ପ୍ରତି ବିପଦ ନେଇ ଏକ ଉଚ୍ଚ ସ୍ତରୀୟ ସଂକ୍ଷିପ୍ତ ଆଲୋଚନା ହେବ।