ଓଡିଶା

odisha

ETV Bharat / bharat

RIC Meet: ଅଧ୍ୟକ୍ଷତା କରିବେ ବୈଦେଶିକ ମନ୍ତ୍ରୀ Jaishankar - ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର

ଆସନ୍ତାକାଲି ଅନୁଷ୍ଠିତ ହେବ 18th Russia-India-China (RIC) ବୈଠକ । ଅଧ୍ୟକ୍ଷତା କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭର୍ଚ୍ଚୁଆଲି ହେବ ବୈଠକ । ଅଧିକ ପଢନ୍ତୁ

18th RIC meet:ଅଧ୍ୟକ୍ଷତା କରିବେ ବୈଦେଶିକ ମନ୍ତ୍ରୀ
18th RIC meet:ଅଧ୍ୟକ୍ଷତା କରିବେ ବୈଦେଶିକ ମନ୍ତ୍ରୀ

By

Published : Nov 25, 2021, 7:29 PM IST

ନୂଆଦିଲ୍ଲୀ:ଋଷ, ଭାରତ ଏବଂ ଚୀନ୍‌ (Russia-India-China)ର ବୈଦେଶିକ ମନ୍ତ୍ରୀମାନଙ୍କର 18ତମ RIC ବୈଠକରେ ଅଧ୍ୟକ୍ଷତା କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର (External Affairs Minister S Jaishankar ) । ଆସନ୍ତାକାଲି (ଶୁକ୍ରବାର )ଡିଜିଟାଲ୍ ଭିଡିଓ କନଫରେନ୍ସ ଫର୍ମାଟରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଅନୁଷ୍ଠିତ ବୈଠକରେ ବୈଦେଶିକ ମନ୍ତ୍ରୀମାନେ (RIC) 3 ଦେଶ ମଧ୍ୟରେ ପାରସ୍ପାରିକ ତଥା ତ୍ରିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ସହିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମତ ବିନିମୟ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସେପ୍ଟେମ୍ବର 2020ରେ ଋଷ ରାଜଧାନୀ ମସ୍କୋରେ RIC ବୈଠକ ଶେଷ ହେବା ପରେ ଭାରତ RICର ଅଧ୍ୟକ୍ଷତା ଭାର ଗ୍ରହଣ କରିଥିଲା । ଚଳିତବର୍ଷ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରିବାକୁ ଥିବାବେଳେ ଆସନ୍ତା ବର୍ଷ ହେବାକୁ ଥିବା ବୈଠରେ ଚୀନ ବୈଦେଶିକ ମନ୍ତ୍ରୀ ଅଧ୍ୟକ୍ଷତା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details