ଓଡିଶା

odisha

By

Published : May 29, 2021, 12:12 PM IST

ETV Bharat / bharat

ବିପଦ ସମୟର ବନ୍ଧୁ ଆମେରିକାକୁ ଧନ୍ୟବାଦ ଜଣାଇଲେ ଜୟଶଙ୍କର

କୋରୋନା ମହାମାରୀ ସମୟରେ ବିପଦର ବନ୍ଧୁ ସାଜି ଭାରତକୁ ଆମେରିକା ସାହାଯ୍ୟ କରିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

ବିପଦ ସମୟର ବନ୍ଧୁ ଆମେରିକାକୁ ଧନ୍ୟବାଦ ଜଣାଇଲେ ଜୟଶଙ୍କର
ବିପଦ ସମୟର ବନ୍ଧୁ ଆମେରିକାକୁ ଧନ୍ୟବାଦ ଜଣାଇଲେ ଜୟଶଙ୍କର

ୱାଶିଂଟନ: କୋରୋନା ମହାମାରୀ ଭଳି ବଡ଼ ବିପଦ ବେଳେ ଆମେରିକା ଭାରତକୁ ଦୃଢ ସମର୍ଥନ କରିବା ସହିତ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଛି । ଏଥିଲାଗି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କ ସହିତ ଶୁକ୍ରବାର କଥାବାର୍ତ୍ତା ସମୟରେ ବାଇଡେନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗତ ସୋମବାର ଜୟଶଙ୍କର ଆମେରିକାକୁ 5 ଦିନିଆ ଗସ୍ତରେ ଯାଇଥିଲେ । ବାଇଡେନ ପ୍ରଶାସନର କାର୍ଯ୍ୟକାଳ ସମୟରେ ଜୟଶଙ୍କର ପ୍ରଥମ ଭାରତୀୟ କ୍ୟାବିନେଟ ମନ୍ତ୍ରୀ ଭାବେ ଆମେରିକା ଗସ୍ତରେ ଯାଇଥିଲେ । ରାଜ୍ୟ ବିଭାଗକୁ ଜୟଶଙ୍କରଙ୍କୁ ସ୍ବାଗତ କରିବା ସମୟରେ ବ୍ଲିଙ୍କେନ ଭାରତ ପୂର୍ବରୁ ଆମେରାକୁ କରିଥିବା ସହାୟତାକୁ ମନେ ପକାଇଥିଲେ । ଆମେରିକା ଭାରତର ସହାୟତାକୁ କେବେ ଭୁଲି ପାରିବ ନାହିଁ ବୋଲି ସେ କହିଥିଲେ । ଭାରତ ବିପଦ ସମୟରେ ଆମେରିକା ସହିତ ଠିଆ ହୋଇଥିବା ବେଳେ ଆମେରିକା ମଧ୍ୟ ଭାରତ ସହିତ ରହିବ ବୋଲି ସେ କହିଥିଲେ ।

ମିଳିତ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଜୟଶଙ୍କର ଓ ବ୍ଲିଙ୍କେନ ଉପସ୍ଥିତ ରହିଥିଲେ । ଜୟଶଙ୍କର ଭାରତର ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ ବୋଲି ଏହି ସମୟରେ କହିଥିଲେ । ତେବେ ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ସମ୍ପର୍କ ମଜବୁତ ଥିବା ବେଳେ ଆଗକୁ ମଧ୍ୟ ଏହି ସୁସମ୍ପର୍କ ଜାରି ରହିବ ବୋଲି ସେ କହିଥିଲେ । ଭାରତ ଓ ଆମେରିକା ଅନେକ ସମସ୍ୟା ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି ବୋଲି ବ୍ଲିଙ୍କେନ ଏହି ଆଲୋଚନା ସମୟରେ କହିଥିଲେ ।

ଏହାପୂର୍ବରୁ ଜୟଶଙ୍କର ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ରଣନୀତି ତଥା ପ୍ରତିରକ୍ଷା ଭାଗିଦାରୀର ବିକାଶ ପାଇଁ ଆଲୋଚନା କରିଥିଲେ । ଏହାସହିତ ସମସାମୟିକ ସୁରକ୍ଷା ଚ୍ୟାଲେଞ୍ଜ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଅଷ୍ଟିନ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ ।

@PTI

ABOUT THE AUTHOR

...view details