ଓଡିଶା

odisha

ETV Bharat / bharat

Jaishankar meets family of ex navy officer: ‘୮ ପୂର୍ବ ନୌସେନା ଅଧିକାରୀଙ୍କ ମୁକ୍ତି ପାଇଁ ନିଆଯାଉଛି ପଦକ୍ଷେପ’

ଗୁପ୍ତଚରଗିରି ଅଭିଯୋଗରେ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସଦସ୍ୟଙ୍କ ସହ ବିଦେଶ ମନ୍ତ୍ରୀଙ୍କ ଆଲୋଚନା । କହିଲେ ପ୍ରାଥମିକତା ଭିତ୍ତିରେ ମୁକ୍ତି ପାଇଁ ନିଆଯାଉଛି ପଦକ୍ଷେପ । ଅଧିକ ପଢନ୍ତୁ

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ପୂର୍ବ ନୌସେନା ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ବିଦେଶ ମନ୍ତ୍ରୀ
କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ପୂର୍ବ ନୌସେନା ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ବିଦେଶ ମନ୍ତ୍ରୀ

By ETV Bharat Odisha Team

Published : Oct 30, 2023, 6:00 PM IST

ନୂଆଦିଲ୍ଲୀ:ଗୁପ୍ତଚରଗିରି ଅଭିଯୋଗରେ କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର 8 ପୂର୍ବତନ ଅଧିକାରୀଙ୍କ ପରିବାର ସଦସ୍ୟଙ୍କ ସହ ବିଦେଶ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆଲୋଚନା କରିଛନ୍ତି । ସେମାନଙ୍କ ମୁକ୍ତି ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ଆଇନ ଅନୁସାରେ ସମସ୍ତ ଆବଶ୍ୟକ ପଦକ୍ଷେପ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରୁଛନ୍ତି ବୋଲି ବିଦେଶ ମନ୍ତ୍ରୀ ସେମାନଙ୍କୁ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି । ଏହି ଆଲୋଚନା ସମ୍ପର୍କରେ ନିଜେ ଜୟଶଙ୍କର ଏକ୍ସରେ ସୂଚନା ଦେଇଛନ୍ତି ।

ଏକ୍ସରେ ଜୟଶଙ୍କର କହିଛନ୍ତି, ‘‘ଆଜି (ସୋମବାର) ସକାଳେ କତାରରେ ଦଣ୍ଡାଦେଶ ପାଇଥିବା 8 ପୂର୍ବ ନୌସେନା ଅଧିକାରୀଙ୍କ ପରିଜନଙ୍କ ସହ ଆଲୋଚନା ହୋଇଛି । ଭାରତ ସରକାର ଏହି ପ୍ରସଙ୍ଗକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ଏହି ମାମଲାକୁ ସର୍ବାଧିକ ପ୍ରାଥମିକତା ସହ ବିଚାର କରାଯାଉଛି । ସେମାନଙ୍କ ମୁକ୍ତି ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆମେ ଏହି ପ୍ରସଙ୍ଗରେ ପରିବାର ସଦସ୍ୟଙ୍କ ସହ ନିୟମିତ ଯୋଗାଯୋଗରେ ମଧ୍ୟ ରହିବୁ ।’’

ଚଳିତ ମାସ 26 ତାରିଖରେ ଏହି 8 ପୂର୍ବତନ ନୌସେନା ଅଧିକାରୀଙ୍କୁ କତାରର ଏକ ଅଦାଲତ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି । ସେଠାରେ ଏକ ଟେକ୍ନୋଲୋଜି କମ୍ପାନୀରେ ଏହି ପୂର୍ବତନ ନୌସେନା ଅଧିକାରୀମାନେ କାର୍ଯ୍ୟ କରୁଥିବା ବେଳେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ଗିରଫ ହୋଇଥିଲେ । ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି । ଏହି ଦଣ୍ଡାଦେଶ ପ୍ରକାଶ ପାଇବା ପରେ ଏହା ଆଶ୍ଚର୍ଯ୍ୟଜନକ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା । ଏହାକୁ ଅନ୍ତର୍ଜାତୀୟ ଆଇନ ଅନୁସାରେ ଚ୍ୟାଲେଞ୍ଜ କରାଯିବା ନେଇ ମଧ୍ୟ ନୂଆଦିଲ୍ଲୀ ପୂର୍ବରୁ ସ୍ପଷ୍ଟ କରିସାରିଛି ।

ଏହା ମଧ୍ୟ ପଢନ୍ତୁ:- 8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ କତାରରେ ମୃତ୍ୟୁ ଦଣ୍ଡାଦେଶ

ଏହି 8 ପୂର୍ବ ଭାରତୀୟ ନୌସୈନିକଙ୍କ ନାମ କ୍ୟାପ୍ଟେନ ନବତେଜ ସିଂ ଗିଲ, କ୍ୟାପ୍ଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିଓ୍ବାରୀ, କମାଣ୍ଡର ସୁଗୁନାକର ପକାଲା କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି ମଡେଲ ପ୍ରାପ୍ତ ଅଧିକାରୀ ମଧ୍ୟ ରହିଛନ୍ତି । ଏମାନଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ସେମାନଙ୍କ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା । ଏହା ପରେ ଏକାଧିକ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଭାବେ ଏମାନଙ୍କୁ ଜେଲରେ ରଖାଯାଇଥିଲା । ଏକାଧିକ ଥର ଏମାନଙ୍କର ଜାମିନ ଆବେଦନ ମଧ୍ୟ ଖାରଜ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details