ଓଡିଶା

odisha

ETV Bharat / bharat

Rahul Gandhi In London: ଚୀନର ଆହ୍ବାନକୁ ବୁଝିବାରେ ସକ୍ଷମ ନୁହନ୍ତି ଜୟଶଙ୍କର - ଲଣ୍ଡନରେ ରାହୁଲ ଗାନ୍ଧୀ

ଲଣ୍ଡନରେ ପୁଣି ବିଜେପିକୁ ଟାର୍ଗେଟ କଲେ ରାହୁଲ । କହିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଚୀନର ଆହ୍ବାନକୁ ବୁଝିବାରେ ବିଫଳ । ୨୦୨୪ରେ ବିରୋଧୀ ଏକତା ଉପରେ ମଧ୍ୟ ଦେଲେ ସୂଚନା । ଅଧିକ ପଢନ୍ତୁ

ଚୀନର ଆହ୍ବାନକୁ ବୁଝିନ୍ତି ନାହିଁ ଜୟଶଙ୍କର
ଚୀନର ଆହ୍ବାନକୁ ବୁଝିନ୍ତି ନାହିଁ ଜୟଶଙ୍କର

By

Published : Mar 5, 2023, 9:30 PM IST

ନୂଆଦିଲ୍ଲୀ: ଏବେ ବ୍ରିଟେନ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା ଜୋର । ବିଦେଶ ମାଟିରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ରାହୁଲ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ସରକାରକୁ ବିଭିନ୍ନ ପ୍ରସଙ୍ଗରେ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛନ୍ତି । ନିକଟରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତରେ ଗଣତନ୍ତ୍ର ବିପଦରେ ଥିବା କହିବା ପରେ ଏହାକୁ ନେଇ ବିଜେପି ତାଙ୍କୁ ଶାଣିତ ଟାର୍ଗେଟ କରିଥିଲା । ଆଜି ରାହୁଲ ଚୀନ-ଭାରତ ସୀମା ବିବାଦ ପ୍ରସଙ୍ଗରେ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି ।

ସେଠାରେ ଥିବା ଭାରତୀୟ ପତ୍ରକାର ସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ ଭାରତର ବିଦେଶ ନୀତିକୁ ନେଇ ଆପତ୍ତି ଉଠାଇଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧ ପ୍ରସଙ୍ଗରେ ସେ ମୋଦି ସରକାରର ବୈଦେଶିକ ଆଭିମୁଖ୍ୟରେ ଏତେଟା ଅସହମତ ନୁହନ୍ତି ବୋଲି କହିଥିବା ରାହୁଲ ଚୀନ ସୀମା ବିବାଦ ପ୍ରସଙ୍ଗରେ ବିଦେଶ ମନ୍ତ୍ରଣାଳୟର ଆଭିମୁଖ୍ୟକୁ ନେଇ କଡା ଟିପ୍ପଣୀ କରିଛନ୍ତି ।

ପୂର୍ବ-ଲଦାଖ କ୍ଷେତ୍ରରେ ଚୀନର ଅନୁପ୍ରବେଶ ଓ ଭାରତୀୟ ଅଞ୍ଚଳ ଦଖଲ ସମ୍ପର୍କିତ ପ୍ରସଙ୍ଗରେ ରାହୁଲ କହିଥିଲେ,‘‘ଭାରତ ସବୁବେଳ ଅନୁପ୍ରବେଶର ଶିକାର ହୋଇରହିଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଚୀନ ପଟରୁ ଭାରତକୁ ଥିବା ଆହ୍ବାନକୁ ବୁଝିବାରେ ସକ୍ଷମ ନୁହନ୍ତି । ସୀମାରେ ଚୀନ କ’ଣ କରୁଛି ତାହା ଭାରତ ଅତି ସତର୍କତାର ସହ ଲକ୍ଷ୍ୟ କରିବାର ଆବଶ୍ୟକତା ରହିଛି ।’’

ସେହିପରି ସେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜ ଉତ୍ତରରେ ଉଲ୍ଲେଖ କରିଛନ୍ତି । ସମାନ ବିଚାରଧାରାରେ ବିଶ୍ବାସ କରୁଥିବା ସମ-ଆଦର୍ଶବାଦୀ ରାଜନୈତିକ ବିରୋଧୀ ଦଳମାନେ ବିଜେପି ବିରୋଧରେ ଲଢିବାର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ ସେମାନେ ଆଲୋଚନା ମଧ୍ୟ ଜାରି ରଖିଛନ୍ତି ବୋଲି ରାହୁଲ କହିଛନ୍ତି ।

ରାହୁଲ କହିଛନ୍ତି “ବିରୋଧୀ ଦଳଗୁଡିକ ମଧ୍ୟରେ ଅନେକ ସମନ୍ୱୟ ରହିଛି । ଏକାଧିକ ବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ସମ ବିଚାରଧାରାରେ ବିଶ୍ବାସ କରୁଥିବା ଦଳମାନେ ମିଳିତ ଭାବେ ଭାରତୀୟ ଜନତା ପାର୍ଟି ଓ ସ୍ବଂୟ ସେବକ ସଂଘ ଏଜେଣ୍ଡା ବରୋଧରେ ଲଢିବା ପାଇଁ ଚିନ୍ତା କରୁଛନ୍ତି । କେତେକ ରାଜ୍ୟ ମଧ୍ୟରେ କିଛି ବୈଚାରିକ ମତାନ୍ତର ରହିଛି । ହେଲେ ବିରୋଧୀ ଦଳମାନେ ସେଗୁଡିକୁ ପ୍ରଭାବୀ ଭାବେ ସମାଧାନ କରିବା ଦିଗରେ ମଧ୍ଯ ସକ୍ଷମ ବୋଲି ରାହୁଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details