ଓଡିଶା

odisha

ETV Bharat / bharat

Jaishankar Visit To Bangladesh: ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କଲେ ଜୟଶଙ୍କର - EAM S Jaishankar meet Bangladesh PM

ବାଂଲାଦେଶ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କେଲ ସାକ୍ଷାତ । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ସହ ଭାରତ ଆସିବା ପାଇଁ କଲେ ନିମନ୍ତ୍ରଣ । ଅଧିକ ପଢନ୍ତୁ

EAM S Jaishankar Bangladesh visit: ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କଲେ ସାକ୍ଷାତ
EAM S Jaishankar Bangladesh visit: ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କଲେ ସାକ୍ଷାତ

By

Published : Apr 28, 2022, 10:34 PM IST

ଢାକା:ବାଂଲାଦେଶ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ସାକ୍ଷାତ କରିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ଓ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ଆଲୋଚନା ହେବା ସହ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ହାସିନାଙ୍କୁ ଜୟଶଙ୍କର ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

ଜୟଶଙ୍କର ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଭଲ ସହଯୋଗ ରହିଆସିଛି । ଏକାଧିକ କ୍ଷେତ୍ରରେ ଉଭୟ ସହଭାଗିତାର ସହ ଆଗକୁ ବଢୁଛନ୍ତି । କୋଭିଡ ସଙ୍କଟ ସମୟରେ ମଧ୍ୟ ଉଭୟ ସହଯୋଗପୂର୍ଣ୍ଣ ଭାବେ ମୁକାବିଲା କରିଥିବା ଜୟଶଙ୍କର କହିଛନ୍ତି ।

ଆଜି ଅପରାହ୍ନରେ ବାଂଲାଦେଶ ରାଜଧାନୀ ଢାକାରେ ଅବତରଣ କରିଥିଲେ ଜୟଶଙ୍କର । ବାଲାଂଦେଶ ବିଦେଶ ମନ୍ତ୍ରୀ ଏ.କେ ଅବଦ୍ଦୁଲ ମୋମେନ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀ ହସିନାଙ୍କ ସହ ମଧ୍ୟ ମତ ବିନିୟମ ହୋଇଛି । ଆଜି ରାତ୍ରୀଭୋଜନରେ ମଧ୍ୟ ଜୟଶଙ୍କର ଅଂଶଗ୍ରହଣ କରିବେ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details