ଓଡିଶା

odisha

ETV Bharat / bharat

Himachal Result: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର - ଜୟରାମ ଠାକୁର

ଅଳ୍ପ ସମୟ ମଧ୍ୟରେ ଇସ୍ତଫା ଦେବେ ଜୟରାମ ଠାକୁର । ଜନାଦେଶ ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ନେତାଙ୍କୁ ଦେଲେ ଧନ୍ୟବାଦ । କହିଲେ ପରାଜୟର କାରଣ ହେବ ସମୀକ୍ଷା । ଅଧିକ ପଢନ୍ତୁ

Himachal Result: ଇସ୍ତଫା ଦେଲେ ଜୟରାମ ଠାକୁର
Himachal Result: ଇସ୍ତଫା ଦେଲେ ଜୟରାମ ଠାକୁର

By

Published : Dec 8, 2022, 4:06 PM IST

ହାଇଦ୍ରାବାଦ:ହିମାଚଳ ପ୍ରଦେଶରେ ଧାରା ଭାଙ୍ଗି ନୂଆ ପରମ୍ପରା ଲେଖିବାରେ ସଫଳ ହୋଇନି ଭାରତୀୟ ଜନତା ପାର୍ଟି । କଂଗ୍ରେସ 35 ଆସନ ଜିତି କ୍ଷମତା ହାତେଇବାକୁ ଯାଉଥିବା ବେଳେ ବିଦାୟୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଅଳ୍ପ ସମୟ ମଧ୍ୟରେ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବା ନେଇ ସୂଚନା ମିଳିଛି ।

ଫଳାଫଳ ପରେ ଜୟରାମ କହିଛନ୍ତି, ‘‘ଜନାଦେଶକୁ ଆମେ ଗ୍ରହଣ କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରୀୟ ନେତାଙ୍କୁ ଧନ୍ୟବାଦ ଦେଉଛି । ଗତ 5 ବର୍ଷ ମଧ୍ୟରେ ଆମେ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି ରାଜ୍ୟର ପ୍ରଗତି ପାଇଁ କାମ କରିଛୁ । ଚଳିତ ଫଳାଫଳ ନେଇ ଆମେ ସମୀକ୍ଷା କରିବୁ ଓ ଆଗାମୀ ଦିନରେ ଦଳର ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ପ୍ରୟାସ କରିବୁ ।’’

ବର୍ତ୍ତମାନ ସୁଦ୍ଧା କଂଗ୍ରେସ ବହୁମତ ଅତିକ୍ରମ କରିସାରିଛି । ଦଳ ଏବେ 16 ସିଟରେ ବିଜୟ ଲାଭ କରିଥିବା ବେଳେ 23 ସିଟରେ ଆଗରେ ରହିଛି । ସେହିପରି ଭାରତୀୟ ଜନତା ପାର୍ଟି 13 ସିଟରେ ବିଜୟ ଲାଭ କରିସାରିଥିଲା ବେଳେ 13 ସିଟରେ ଆଗୁଆ ରହିଛି । ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ 35 ଆସନର ଆବଶ୍ୟକତା ଥିବା ବେଳେ କଂଗ୍ରେସ ରାଜ୍ୟରେ ସରକାର କରିବା ପ୍ରାୟତଃ ସ୍ପଷ୍ଟ ହୋଇଛି । ଅନ୍ୟପଟେ ଦଳରେ ଉତ୍ସାହ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବୀରଭଦ୍ର ସିଂଙ୍କ ପରିବାରକୁ ହିଁ ମୁଖ୍ୟମନ୍ତ୍ରୀ ଗାଦି ଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details