ଓଡିଶା

odisha

ETV Bharat / bharat

ଜୟପୁର ମହାଖେଳକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ମୈଦାନରୁ କୌଣସି ଖେଳାଳି ଖାଲି ହାତରେ ଫେରନ୍ତିନି - ଜୟପୁର ମହାଖେଳ

ଜୟପୁର ମହାଖେଳ ପ୍ରତିଯୋଗୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi to Jaipur Mahakhel participants
କ୍ରୀଡା ପ୍ରତିଭାର ଏକ ଉତ୍ସବ ଜୟପୁର ମହାଖେଳ

By

Published : Feb 5, 2023, 3:51 PM IST

ନୂଆଦିଲ୍ଲୀ:"ଆଜି ଦେଶରେ ଯେଉଁ ଖେଳ ମହାକୁମ୍ଭ ଅନୁଷ୍ଠିତ ହେଉଛ ତାହା ଏକ ପରିବର୍ତ୍ତନର ପ୍ରତିବିମ୍ବ । ରାଜସ୍ଥାନ ମାଟି ଯୁବକଙ୍କ ଜୋସ ଏବଂ ସାମର୍ଥ୍ୟ ପାଇଁ ପରିଚିଚ । ଇତିହାସ ସାକ୍ଷୀ ଅଛି ଏହି ମାଟିର ସନ୍ତାନ ରଣଭୂମିକୁ ନିଜର ଖେଳ ମଇଦାନ କରିଛନ୍ତି । ଅତୀତରୁ ନେଇ ଆଜି ଯାଏ ଯେବେ ବି ଦେଶରୁ ସୁରକ୍ଷା କଥା ଉଠିଛି ସେବେ ରାଜସ୍ଥାନ ଯୁବଗୋଷ୍ଠୀ ଆଗକୁ ଆସିଛନ୍ତି । ଆଜାଦିର ଏହି ଅମୃତ କାଳରେ ଦେଶ ନୂଆ ପରିଭାଷା ଗଠନ କରୁଛି । ନୂଆ ବ୍ୟବସ୍ଥାର ନିର୍ମାଣ କରୁଛି । ଭାରତର ଯୁବପିଢିଙ୍କ ପାଇଁ କିଛି ଅସମ୍ଭବ ନୁହେଁ । ଜୟପୁର ମହାଖେଳ କ୍ରୀଡା ପ୍ରତିଭାର ଏକ ଉତ୍ସବ । ଏହି ପ୍ରୟାସ କ୍ରୀଡା ପ୍ରତି ଇଚ୍ଛାଶକ୍ତି ବଢାଇବାରେ ସହାୟକ ହୋଇଛି ।" ଜୟପୁର ମହାଖେଳ ପ୍ରତିଯୋଗୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତର ଯୁବପୀଢୀଙ୍କ ପାଇଁ କିଛି ଅସମ୍ଭବ ନୁହେଁ । ଯୁବଗୋଷ୍ଠୀଙ୍କ ସାମର୍ଥ୍ୟ, ସ୍ବାଭିମାନ, ସ୍ବାବଲମ୍ବନ, ସୁବିଧା ଶକ୍ତି ଏକାଠୀ ହୁଏ ତେବେ ସବୁ ଲକ୍ଷ୍ୟ ହାସଲ ହୋଇଥାଏ । ଖେଳ ମହାକୁମ୍ଭ ପାଇଁ ଦେଶରେ ନୂଆ ପ୍ରତିଭା ସାମ୍ନାକୁ ଆସୁଛନ୍ତି । କେନ୍ଦ୍ର ସରକାର ଜିଲ୍ଲାସ୍ତରରେ କ୍ରୀଡ଼ା ସେବା ପ୍ରଦାନ କରୁଛନ୍ତି । ଏବେ ଯାଏଁ ଦେଶରେ ଶତାଧିକ ଜିଲ୍ଲାରେ ଯୁବକଙ୍କ ପାଇଁ ଖେଳ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।''

କ୍ରୀଡାରେ କ୍ୟାରିୟର କରିବାକୁ ଆମେ ଖେଳାଳିଙ୍କୁ ଉତ୍ସାହିତ କରୁଛୁ । ଅଲମ୍ପିକ୍ସ ଭଳି ବଡ ବଡ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଏବେ ସରକାର ସମସ୍ତ ଶକ୍ତି ସହ ଖେଳାଳିଙ୍କ ସହିତ ଛିଡା ହୋଇଛନ୍ତି । ଟିଓପିଏସ ଭଳି ସ୍କିମ ଜରିଆରେ ବର୍ଷେ ପୂର୍ବରୁ ଖେଳାଳି ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି । ଭାରତର ପ୍ରୟାସରେ USA ବର୍ଷ 2023ରେ ଇଣ୍ଟରନ୍ୟାସନାଲ ମିଲେଟ ବର୍ଷ ଅବସର ମନାଉଛି । ରାଜସ୍ଥାନର ଶ୍ରୀଅନ୍ନ ବଜାର ଏହାର ପରିଚୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପିଏମ ମୋଦି ଆହୁରି କହିଛନ୍ତି, "ଦେଶର ଯୁବଗୋଷ୍ଠୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାମ କରୁଛୁ । ଆଜିର ଯୁବଗୋଷ୍ଠୀ କେବଳ ଗୋଟିଏ କ୍ଷେତ୍ରରେ ସୀମିତ ରହିବାକୁ ଚାହାନ୍ତି ନାହିଁ । ସେମାନେ ବହୁଗୁଣ ଅଧିକାରୀ ସହ ବହୁ ଦିଗଦର୍ଶୀ ମଧ୍ୟ । ଆଜି ଜୟପୁର ଅଲମ୍ପିକ ବିଜେତାଙ୍କୁ ସାଂସଦ ଭାବେ ବାଛିଚି । ଯେଉଁଠି ପ୍ରୟାସ ପୂର୍ଣ୍ଣ ମନରେ ହୋଇଥାଏ ସେଠି ସଫଳତା ସୁନିଶ୍ଚିନ୍ତ । ସମସ୍ତଙ୍କ ପ୍ରୟାସ ଆଗାମୀ ଦିନରେ ସୁପରିଣାମ ଆଣିବ ।"

ଚଳିତ ବର୍ଷ ମହାଖେଳ ପ୍ରତିଯୋଗିତାରେ 450ରୁ ଅଧିକ ଗ୍ରାମ ପଞ୍ଚାୟତ, ପୌରପାଳିକା ଓ ଜୟପୁର ଗ୍ରାମୀଣ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡରୁ 64ଶହରୁ ଅଧିକ ଯୁବକ ଯୁବତୀ ଓ କ୍ରୀଡାବିତ୍‌ ମହାଖେଳରେ ଭାଗ ନେଇଛନ୍ତି । ଜୟପୁରର ଯୁବପିଢିଙ୍କୁ କ୍ରୀଡ଼ା ଦକ୍ଷତା ପ୍ରଦର୍ଶିତ କରିବା ସହ କ୍ରୀଡାକୁ ବିକଳ୍ପ କ୍ୟାରିୟର ଭାବେ ଆପଣାଇବାକୁ ମହାଖେଳର ଆୟୋଜନ କରାଯାଇଛି ।

ABOUT THE AUTHOR

...view details